ନାନ୍ଦେଡ଼ ସରକାରୀ ହସ୍ପିଟାଲରେ ଆଉ ୬ ରୋଗୀଙ୍କ ମୃତ୍ୟୁ, ମାମଲାରେ ହସ୍ତକ୍ଷେପ କଲେ ବମ୍ବେ ହାଇକୋର୍ଟ
ମୁମ୍ବାଇ: ମହାରାଷ୍ଟ୍ରର ନାନ୍ଦେଡ଼ ସହରରେ ଡା ଶଙ୍କରରାଓ ଚହ୍ବାନ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ୍ରେ ଗତ ୨୪ ଘଣ୍ଟାରେ ପୁଣି ଆଉ ୬ ରୋଗୀଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୨ ଜଣ ପ୍ରିମାଚ୍ୟୁରଡ୍ ଶିଶୁ ଅଛନ୍ତି। ପୂର୍ବରୁ ଏହି ହସ୍ପିଟାଲ୍ରେ ୪୮ ଘଣ୍ଟାରେ ମୋଟ୍ ୩୧ ଜଣଙ୍କ ମୃତ୍ୟୁ ହୋଇଥିଲା। ଏଥିସହ ନାନ୍ଦେଡ ସରକାରୀ ହସ୍ପିଟାଲରେ ମୋଟ୍ ୩୭ ରୋଗୀଙ୍କର ମୃତ୍ୟୁ ହେଲାଣି। ଅକ୍ଟୋବର ୨ରୁ ୩ ମଧ୍ୟରେ ହସ୍ପିଟାଲରେ ୨୨୧ ନୂଆ ରୋଗୀ […]
ମୁମ୍ବାଇ: ମହାରାଷ୍ଟ୍ରର ନାନ୍ଦେଡ଼ ସହରରେ ଡା ଶଙ୍କରରାଓ ଚହ୍ବାନ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ୍ରେ ଗତ ୨୪ ଘଣ୍ଟାରେ ପୁଣି ଆଉ ୬ ରୋଗୀଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୨ ଜଣ ପ୍ରିମାଚ୍ୟୁରଡ୍ ଶିଶୁ ଅଛନ୍ତି। ପୂର୍ବରୁ ଏହି ହସ୍ପିଟାଲ୍ରେ ୪୮ ଘଣ୍ଟାରେ ମୋଟ୍ ୩୧ ଜଣଙ୍କ ମୃତ୍ୟୁ ହୋଇଥିଲା। ଏଥିସହ ନାନ୍ଦେଡ ସରକାରୀ ହସ୍ପିଟାଲରେ ମୋଟ୍ ୩୭ ରୋଗୀଙ୍କର ମୃତ୍ୟୁ ହେଲାଣି। ଅକ୍ଟୋବର ୨ରୁ ୩ ମଧ୍ୟରେ ହସ୍ପିଟାଲରେ ୨୨୧ ନୂଆ ରୋଗୀ ଆଡମିଟ୍ ହୋଇଥିଲେ। ଏବେ ହସ୍ପିଟାଲ୍ରେ ମୋଟ୍ ୮୨୩ ରୋଗୀ ଚିକିତ୍ସିତ ହେଉଛନ୍ତି। ଖାଲି ନାନ୍ଦେଡ଼ ନୁହେଁ ଛତ୍ରପତି ଶମ୍ଭାଜୀନଗର ହସ୍ପିଟାଲ୍ରେ ମଧ୍ୟ ୨୪ ଘଣ୍ଟାରେ ୧୫ରୁ ଅଧିକ ରୋଗୀଙ୍କ ମୃତ୍ୟୁ ହୋଇଛି। ତେବେ ମହାରାଷ୍ଟ୍ରରେ ୨ଟି ହସ୍ପିଟାଲ୍ରେ ଏତେ ସଂଖ୍ୟକ ମୃତ୍ୟୁ ହୋଇଥିବା ଖବର ଆସିବାପରେ ବମ୍ବେ ହାଇକୋର୍ଟ ନିଜ ଆଡ଼ୁ ଏହି ମାମଲାରେ ହସ୍ତକ୍ଷେପ କରିଛନ୍ତି। କୋର୍ଟ କହିଛନ୍ତି, ରୋଗୀ ମୃତ୍ୟୁ ପାଇଁ ହସ୍ପିଟାଲ୍ର ଡାକ୍ତରମାନେ ବେଡ୍ ଅଭାବ, ଆବଶ୍ୟକୀୟ ମେଡିସିନ୍ର ଅଭାବ ଭଳି ଯେଉଁ କାରଣମାନ ଦର୍ଶାଇଛନ୍ତି ତାହା ଅଗ୍ରହଣୀୟ। ଉକ୍ତ ଘଟଣା ସଂକ୍ରାନ୍ତରେ ହାଇକୋର୍ଟ ମହାରାଷ୍ଟ୍ର ସରକାରଙ୍କଠାରୁ ବିସ୍ତୃତ ରିପୋର୍ଟ ମାଗିଛନ୍ତି।




