ନାଗସାପ ଆଣି ପ୍ରେମିକକୁ ହତ୍ୟା କଲା ପ୍ରେମିକା

ନୈନିତାଲ: ଗତ ଜୁଲାଇ ୧୫ ତାରିଖରେ ହଲଦୱାନି ପୁଲିସ ଜଣେ ଯୁବ ବ୍ୟବସାୟୀ ଅଙ୍କିତ ଚୌହାନଙ୍କ ମୃତଦେହ ତାଙ୍କ କାର୍‌ରୁ ପାଇଥିଲା। ଶ୍ବାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଛି ବୋଲି ବିଶ୍ବାସ କରାଯାଉଥିଲା। କିନ୍ତୁ ପରେ ଏହି ମାମଲାର ବିସ୍ତୃତ ତଦନ୍ତ ହେବାପରେ ପୁଲିସ ଜାଣିପାରିଛି ଯେ ଅଙ୍କିତଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି। ଅଙ୍କିତଙ୍କ ପ୍ରେମିକା ଏକ ନାଗସାପ ଆଣି ତାଙ୍କୁ ହତ୍ୟା କରିଥିଲା ଏବଂ ଏହାକୁ ଏକ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରିଥିଲା। […]

Samaya Live Picture
Published On

ନୈନିତାଲ: ଗତ ଜୁଲାଇ ୧୫ ତାରିଖରେ ହଲଦୱାନି ପୁଲିସ ଜଣେ ଯୁବ ବ୍ୟବସାୟୀ ଅଙ୍କିତ ଚୌହାନଙ୍କ ମୃତଦେହ ତାଙ୍କ କାର୍‌ରୁ ପାଇଥିଲା। ଶ୍ବାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଛି ବୋଲି ବିଶ୍ବାସ କରାଯାଉଥିଲା। କିନ୍ତୁ ପରେ ଏହି ମାମଲାର ବିସ୍ତୃତ ତଦନ୍ତ ହେବାପରେ ପୁଲିସ ଜାଣିପାରିଛି ଯେ ଅଙ୍କିତଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି। ଅଙ୍କିତଙ୍କ ପ୍ରେମିକା ଏକ ନାଗସାପ ଆଣି ତାଙ୍କୁ ହତ୍ୟା କରିଥିଲା ଏବଂ ଏହାକୁ ଏକ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରିଥିଲା। ଅଙ୍କିତ ଚୌହାନ ହେଉଛନ୍ତି ରାମବାଗ କଲୋନି ବାସିନ୍ଦା। କାର୍‌ ଏସିରୁ କାର୍ବନ ମନୋକ୍ସାଇଡ୍‌ ନିର୍ଗତ ହୋଇ ତାଙ୍କର ମୃତ୍ୟୁ ହୋଇଛି ବୋଲି ପୁଲିସ ସନ୍ଦେହ କରୁଥିଲା। କିନ୍ତୁ ପରେ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଲା ଯେ ଚୌହାନଙ୍କ ଦୁଇ ଗୋଡ଼କୁ ସାପ କାମୁଡ଼ି ଦେଇଛି। ବିଷଧର ସାପ ଯୋଗୁଁ ହିଁ ତାଙ୍କର ମୃତ୍ୟୁ ହୋଇଛି। ପୁଲିସ ଏହାପରେ ସିସିଟିଭି ଫୁ‌ଟେଜ୍‌ ଏବଂ ଅଙ୍କିତ ଚୌହାନଙ୍କ କଲ୍‌ ଡିଟେଲ୍ସକୁ ଆଧାର କରି ତଦନ୍ତ ଆରମ୍ଭ କରିଥିଲା। କଲ୍‌ ରେକର୍ଡରୁ ପୁଲିସ ମାହି ଆର୍ଯ୍ୟଙ୍କ ବିଷୟରେ ଜାଣିଥିଲା। ମାହି ହେଉଛି ଅଙ୍କିତଙ୍କ ପ୍ରେମିକା‌। ଅଙ୍କିତଙ୍କ ଭଉଣୀ ଇଶା ମାହି ଏବଂ ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କ ବିରୋଧରେ ପୁଲିସରେ ଅଭିଯୋଗ କରିଥିଲେ। ସେମାନେ ତାଙ୍କ ଭାଇଙ୍କୁ ହତ୍ୟା କରିଛନ୍ତି ବୋଲି ସେ ଦାବି କରିଥିଲେ। ପୁଲିସ ଏହାପରେ ମାହିଙ୍କ ଫୋନ୍‌ କଲ୍‌ ରେକର୍ଡରୁ ସାପ ଧରାଳି ରମେଶ ନାଥ ନିକଟରେ ପହଞ୍ଚିଥିଲା। ସାପ ଧରାଳି ଶେଷରେ ପୁଲିସ ନିକଟରେ ସବୁ ସତ କହିଥିଲା। ୧୦ ହଜାର ଟଙ୍କା ନେଇ ସେ ମାହି କଥାରେ କାମ କରିଥିବା କହିଛି। ମାହି ଏବେ ନୂଆ ପ୍ରେମିକ ସହ ନେପାଳ ଖସି ପଳାଇଛି।

Tags: