ନାଗପୁର ହିଂସା ଯୋଜନାବଦ୍ଧ : ଫଡ଼ନାବିସ

ମୁମ୍ବାଇ: ନାଗପୁର ହିଂସା ଘଟଣାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। ହିଂସା ଯୋଜନାବଦ୍ଧ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ କହିଛନ୍ତି। ଅନ୍ୟପ‌କ୍ଷେ ଏହା ସରକାରଙ୍କ ବିଫଳତାର ଏକ ଅଂଶ ବୋଲି ବିରୋଧୀ ଦଳ ନେତାମାନେ ଦାବି କରିଛନ୍ତି। ନାଗପୁରର ବିଭିନ୍ନ ଅଞ୍ଚଳରେ କର୍ଫ୍ୟୁ ଜାରି ହୋଇଛି। ୬୦ରୁ ଅଧିକ ଦଙ୍ଗାକାରୀଙ୍କୁ ହାଜତକୁ ନିଆଯାଇଛି ଏବଂ ଦଙ୍ଗାକ‌ାରୀ ୩୦ରୁ ଅଧିକ ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି। ମୋଗଲ ସମ୍ରାଟ ଔରଙ୍ଗଜେବ୍‌ଙ୍କ କବର ହଟାଇବା ପାଇଁ […]

Samaya Live Picture
Published On

ମୁମ୍ବାଇ: ନାଗପୁର ହିଂସା ଘଟଣାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। ହିଂସା ଯୋଜନାବଦ୍ଧ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ କହିଛନ୍ତି। ଅନ୍ୟପ‌କ୍ଷେ ଏହା ସରକାରଙ୍କ ବିଫଳତାର ଏକ ଅଂଶ ବୋଲି ବିରୋଧୀ ଦଳ ନେତାମାନେ ଦାବି କରିଛନ୍ତି। ନାଗପୁରର ବିଭିନ୍ନ ଅଞ୍ଚଳରେ କର୍ଫ୍ୟୁ ଜାରି ହୋଇଛି। ୬୦ରୁ ଅଧିକ ଦଙ୍ଗାକାରୀଙ୍କୁ ହାଜତକୁ ନିଆଯାଇଛି ଏବଂ ଦଙ୍ଗାକ‌ାରୀ ୩୦ରୁ ଅଧିକ ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି। ମୋଗଲ ସମ୍ରାଟ ଔରଙ୍ଗଜେବ୍‌ଙ୍କ କବର ହଟାଇବା ପାଇଁ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ଆନ୍ଦୋଳନ ପରେ କେନ୍ଦ୍ରୀୟ ନାଗପୁରର ମହଲ ଅଞ୍ଚଳରେ ହିଂସା ସୃଷ୍ଟି ହୋଇଛି। ଲୋକମାନେ ପରସ୍ପର ଉପରକୁ ଟେକାପଥର ମାଡ଼ କରିଛନ୍ତି ଏବଂ କେତେକ ଗାଡ଼ିକୁ ପୋଡ଼ି ଦେଇଛନ୍ତି। ଏପରିକି ଅଗ୍ନିଶମ ବାହିନୀର ସଂପତ୍ତି ଏଥିରେ ନଷ୍ଟ ହୋଇଥିବା ବେଳେ ଏହାର କେତେଜଣ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ପୁଲିସ ଲାଠି ମାଡ଼ ଏବଂ ଲୁହବୁହା ଗ୍ୟାସ ପ୍ରୟୋଗ କରିବା ପରେ ହିଂସା ବନ୍ଦ ‌ହୋଇଛି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ଶାନ୍ତି ବଜାୟ ରଖିବା ପାଇଁ ଲୋକମାନଙ୍କୁ ଅନୁରୋଧ କରିଛନ୍ତି। ନାଗପୁର ଏକ ଶାନ୍ତିପ୍ରିୟ ସହର। ‌ସେଠାରେ ଲୋକମାନେ ପରସ୍ପରର ସୁଖ ଓ ଦୁଃଖରେ ଭାଗ ନେଇଥାନ୍ତି। ତେଣୁ କୌଣସି ପ୍ରକାର ଗୁଜବରେ ବିଶ୍ବାସ ନକରିବା ପାଇଁ ସେ କହିଛନ୍ତି। ନାଗପୁରର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ମଧ୍ୟ ସାମାଜିକ ଗଣମାଧ୍ୟମ ଏକ୍ସରେ ଏକ ଭିଡିଓ ବାର୍ତ୍ତା ପୋଷ୍ଟ କରିଛନ୍ତି। ଯେଉଁମାନେ ତ୍ରୁଟି କରିଛନ୍ତି କିମ୍ବା ବେଆଇନ କାର୍ଯ୍ୟରେ ଲିପ୍ତ ଅଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

Tags: