ନାଗପୁର ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୯ ମୃତ, ଅନେକ ଆହତ

ନୂଆଦିଲ୍ଲୀ : ମହାରାଷ୍ଟ୍ରର ନାଗପୁରରେ ଏକ କମ୍ପାନିରେ ବିସ୍ଫୋରଣ ହୋଇ ୯ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଆଜି ସକାଳ ପ୍ରାୟ ୯.୩୦ ସମୟରେ ବାଜରଗାଓଁ ଅଞ୍ଚଳରେ ଥିବା ସୋଲାର ଇଣ୍ଡଷ୍ଟ୍ରିଜ୍ ଇଣ୍ଡିଆ ଲିମିଟେଡ୍ରେ ବିସ୍ଫୋରଣ ହୋଇଥିଲା। ଫଳରେ ୯ ଜଣଙ୍କ ମୃତ୍ୟୁ ହୋଇଛି। ଆହୁରି ଅନେକ ଲୋକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଅତି ଗୁରୁତର ଅଛି ବୋଲି କୁହାଯାଉଛି। ବିସ୍ଫୋରଣ ଖବର ପାଇ ଏକ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଏବଂ ଘଟଣାର ତଦନ୍ତ […]

Samaya Live Picture
Published On

ନୂଆଦିଲ୍ଲୀ : ମହାରାଷ୍ଟ୍ରର ନାଗପୁରରେ ଏକ କମ୍ପାନିରେ ବିସ୍ଫୋରଣ ହୋଇ ୯ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଆଜି ସକାଳ ପ୍ରାୟ ୯.୩୦ ସମୟରେ ବାଜରଗାଓଁ ଅଞ୍ଚଳରେ ଥିବା ସୋଲାର ଇଣ୍ଡଷ୍ଟ୍ରିଜ୍ ଇଣ୍ଡିଆ ଲିମିଟେଡ୍ରେ ବିସ୍ଫୋରଣ ହୋଇଥିଲା। ଫଳରେ ୯ ଜଣଙ୍କ ମୃତ୍ୟୁ ହୋଇଛି। ଆହୁରି ଅନେକ ଲୋକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଅତି ଗୁରୁତର ଅଛି ବୋଲି କୁହାଯାଉଛି। ବିସ୍ଫୋରଣ ଖବର ପାଇ ଏକ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଏବଂ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। କୋଇଲା ବିସ୍ଫୋରଣ ପାଇଁ ବିସ୍ଫୋରକ ପ୍ୟାକିଂ ସମୟରେ ବିସ୍ଫୋରଣ ହୋଇଥିଲା। ଉକ୍ତ କମ୍ପାନି ଦେଶର ପ୍ରତିରକ୍ଷା ବିଭାଗ ପାଇଁ ବିସ୍ଫୋରକ ଏବଂ ଅନ୍ୟାନ୍ୟ ପ୍ରତିରକ୍ଷା ଉପକରଣ ଯୋଗାଉଛି। ଅଧିକାରୀଙ୍କ ଅନୁଯାୟୀ ବିସ୍ଫୋରଣ ସମୟରେ କମ୍ପାନିରେ ୧୨ ଜଣ କର୍ମଚାରୀ ଥିଲେ। କମ୍ପାନିର କାଷ୍ଟ ବୁଷ୍ଟର ପ୍ଲାଣ୍ଟ୍ରେ ବିସ୍ଫୋରଣ ହୋଇଛି। ବିସ୍ଫୋରଣର କାରଣ ଏଯାବତ ଜଣାପଡ଼ିନି। ଏନେଇ ଅଧିକ ତଦନ୍ତ ଜାରି ରହିଛି।

Tags: