ନାଇଜେରିଆରେ ତେଲ ଟ୍ୟାଙ୍କର ବିସ୍ଫୋରଣ ହୋଇ ଶତାଧିକ ମୃତ

ଜୋହନ୍‌ସବର୍ଗ: ନାଇଜେରିଆର କାନୋ ସହର ନିକଟସ୍ଥ ମାଜିୟାରେ ମଙ୍ଗଳବାର ରାତିରେ ଏକ ତେଲ ଟ୍ୟାଙ୍କରରେ ବିସ୍ଫୋରଣ ହୋଇ ଶତାଧିକ ଲୋକଙ୍କର ମୃତ୍ୟୁ ହୋଇଯାଇଛି। ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ମାଲବାହୀ ଟ୍ରକ୍‌ ସହ ଟ୍ୟାଙ୍କରର ମୁହାଁମୁହିଁ ଧକ୍କା ହେବାପରେ ଏହି ବିସ୍ଫୋରଣ ହୋଇଥିଲା। ଅନେକ ଆହତଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ଆଜି ସକାଳେ ୯୪ ମୃତକଙ୍କୁ ପୁଲିସ ଓ ସ୍ଥାନୀୟ ପ୍ରଶାସନର ଉପସ୍ଥିତିରେ ଗଣକବର ଦିଆଯାଇଛି। ରାତି ପ୍ରାୟ ସାଢ଼େ ୧୧ଟାରେ […]

Samaya Live Picture
Published On

ଜୋହନ୍‌ସବର୍ଗ: ନାଇଜେରିଆର କାନୋ ସହର ନିକଟସ୍ଥ ମାଜିୟାରେ ମଙ୍ଗଳବାର ରାତିରେ ଏକ ତେଲ ଟ୍ୟାଙ୍କରରେ ବିସ୍ଫୋରଣ ହୋଇ ଶତାଧିକ ଲୋକଙ୍କର ମୃତ୍ୟୁ ହୋଇଯାଇଛି। ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ମାଲବାହୀ ଟ୍ରକ୍‌ ସହ ଟ୍ୟାଙ୍କରର ମୁହାଁମୁହିଁ ଧକ୍କା ହେବାପରେ ଏହି ବିସ୍ଫୋରଣ ହୋଇଥିଲା। ଅନେକ ଆହତଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ଆଜି ସକାଳେ ୯୪ ମୃତକଙ୍କୁ ପୁଲିସ ଓ ସ୍ଥାନୀୟ ପ୍ରଶାସନର ଉପସ୍ଥିତିରେ ଗଣକବର ଦିଆଯାଇଛି। ରାତି ପ୍ରାୟ ସାଢ଼େ ୧୧ଟାରେ ଏହି ଦୁର୍ଘଟଣା ହୋଇଛି। କାନୋରୁ ନାଗୁରୁ ଯାଉଥିବା ତେଲ ଟ୍ୟାଙ୍କରଟି ଜିଗ୍‌ୱା ରାଜ୍ୟର ମାଜିୟା ସହର ନିକଟରେ ଏକ ଟ୍ରକ୍‌ ସହ ପ୍ରଚଣ୍ଡ ଧକ୍କା ହୋଇ ଓଲଟି ପଡ଼ିଥିଲା। ସ୍ଥାନୀୟ ବାସିନ୍ଦା, ରାସ୍ତାରେ ଚଳପ୍ରଚଳ କରୁଥିବା ଅନ୍ୟ ଯାନବାହନର ଚାଳକ ଓ ଯାତ୍ରୀମାନେ ଦୁର୍ଘଟଣାଗ୍ରସ୍ତ ତେଲ ଟ୍ୟାଙ୍କରରୁ ବାହାରୁଥିବା ପେଟ୍ରୋଲ୍‌ ଆଣିବାକୁ ସେଠାରେ ଭିଡ଼ ଲଗାଇଥିଲେ। ଏହି ସମୟରେ ତେଲ ଟ୍ୟାଙ୍କରରେ ବିସ୍ଫୋରଣ ହୋଇଥିଲା। ଆହତଙ୍କୁ ନିକଟସ୍ଥ ରିନ୍‌ଗିମ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

Tags: