ନର୍ସରି ଛାତ୍ରଙ୍କ ଗୁଳିକାଣ୍ଡ

ପାଟନା: ବିହାରରେ ଜଣେ ୫ ବର୍ଷର ନର୍ସରି ଛାତ୍ର ଆଜି ସ୍କୁଲ୍‌କୁ ବନ୍ଧୁକ ଆଣି ସ୍କୁଲ୍‌ର ଅନ୍ୟ ଜଣେ ଛାତ୍ରଙ୍କ ଉପରକୁ ଗୁଳି ଚଳାଇବା ଘଟଣା ରାଜ୍ୟବାସୀଙ୍କୁ ଆଚମ୍ବିତ କରିଛି। ଉତ୍ତର ବିହାରର ସୁପାଲରେ ଏହି ଅଭାବନୀୟ କାଣ୍ଡ ଘଟିଛି। ଏତେ ଛୋଟ ବୟସର ପିଲା ବନ୍ଧୁକ ଆଣି ଆଉ ଜଣେ ଛାତ୍ରଙ୍କୁ ଗୁଳି କରିବା ଘଟଣାରେ ସମ‌ସ୍ତେ ସ୍ତବ୍ଧ ହୋଇଯାଇଛନ୍ତି। ନର୍ସରିରେ ପଢ଼ୁଥିବା ଉକ୍ତ ଛାତ୍ର ସ୍କୁଲ୍‌ର ଜଣେ ତୃତୀୟ ଶ୍ରେଣୀ ଛାତ୍ର (୧୦ ବର୍ଷ)ଙ୍କ […]

Samaya Live Picture
Published On

ପାଟନା: ବିହାରରେ ଜଣେ ୫ ବର୍ଷର ନର୍ସରି ଛାତ୍ର ଆଜି ସ୍କୁଲ୍‌କୁ ବନ୍ଧୁକ ଆଣି ସ୍କୁଲ୍‌ର ଅନ୍ୟ ଜଣେ ଛାତ୍ରଙ୍କ ଉପରକୁ ଗୁଳି ଚଳାଇବା ଘଟଣା ରାଜ୍ୟବାସୀଙ୍କୁ ଆଚମ୍ବିତ କରିଛି। ଉତ୍ତର ବିହାରର ସୁପାଲରେ ଏହି ଅଭାବନୀୟ କାଣ୍ଡ ଘଟିଛି। ଏତେ ଛୋଟ ବୟସର ପିଲା ବନ୍ଧୁକ ଆଣି ଆଉ ଜଣେ ଛାତ୍ରଙ୍କୁ ଗୁଳି କରିବା ଘଟଣାରେ ସମ‌ସ୍ତେ ସ୍ତବ୍ଧ ହୋଇଯାଇଛନ୍ତି। ନର୍ସରିରେ ପଢ଼ୁଥିବା ଉକ୍ତ ଛାତ୍ର ସ୍କୁଲ୍‌ର ଜଣେ ତୃତୀୟ ଶ୍ରେଣୀ ଛାତ୍ର (୧୦ ବର୍ଷ)ଙ୍କ ଉପରକୁ ଗୁଳି ଚଳାଇଥିଲା ଏବଂ ସେ ଗୁରୁତର ଆହତ ହୋଇ ଏବେ ଚିକିତ୍ସାଧୀନ ଅଛନ୍ତି। ଏସ୍‌ପି ଶୈଶବ ଯାଦବ କହିଛନ୍ତି, ଛାତ୍ରଟିର ହାତରେ ଗୁଳି ବାଜିଛି ଏବଂ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ତେବେ ଜଣେ ନର୍ସରି ଛାତ୍ର ହାତକୁ ବନ୍ଧୁକ କେଉଁଠୁ ଆସିଲା ସେନେଇ ପୁଲିସ ତଦନ୍ତ କରୁଛି।

Tags: