ନମାମି ଗଙ୍ଗେ ପ୍ରକଳ୍ପ ସାଇଟ୍ରେ ଟ୍ରାନ୍ସଫର୍ମର ବିସ୍ଫୋରଣ, ପୁଲିସ ଅଫିସରଙ୍କ ସମେତ ୧୫ ମୃତ
ଡେରାଡୁନ : ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ଆଜି ଅଳକାନନ୍ଦା ନଦୀ କୂଳରେ ନମାମି ଗଙ୍ଗେ ପ୍ରୋଜେକ୍ଟ ସାଇଟ୍ରେ ଏକ ଟ୍ରାନ୍ସଫର୍ମର ବିସ୍ଫୋରଣ ହେବା ଫଳରେ ଅତି କମ୍ରେ ୧୫ ଜଣଙ୍କ ମୃତ୍ୟୁ ହୋଇଯାଇଛି ଏବଂ ଆହୁରି ଅନେକ ଲୋକ ଆହତ ହୋଇଛନ୍ତି। ମୃତକମାନେ ନମାମି ଗଙ୍ଗେ ପ୍ରକଳ୍ପ ସ୍ଥଳରେ କାମ କରୁଥିବାବେଳେ ଏହି ଦୁର୍ଘଟଣା ହୋଇଥିଲା। ଜଣେ ପୁଲିସ ଅଫିସର, ୫ ହୋମଗାର୍ଡଙ୍କ ସମେତ ମୋଟ୍ ୧୫ ଜଣଙ୍କର ଉକ୍ତ ଘଟଣାରେ ମୃତ୍ୟୁ ହୋଇଛି। ଖବର ପାଇ […]
ଡେରାଡୁନ : ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ଆଜି ଅଳକାନନ୍ଦା ନଦୀ କୂଳରେ ନମାମି ଗଙ୍ଗେ ପ୍ରୋଜେକ୍ଟ ସାଇଟ୍ରେ ଏକ ଟ୍ରାନ୍ସଫର୍ମର ବିସ୍ଫୋରଣ ହେବା ଫଳରେ ଅତି କମ୍ରେ ୧୫ ଜଣଙ୍କ ମୃତ୍ୟୁ ହୋଇଯାଇଛି ଏବଂ ଆହୁରି ଅନେକ ଲୋକ ଆହତ ହୋଇଛନ୍ତି। ମୃତକମାନେ ନମାମି ଗଙ୍ଗେ ପ୍ରକଳ୍ପ ସ୍ଥଳରେ କାମ କରୁଥିବାବେଳେ ଏହି ଦୁର୍ଘଟଣା ହୋଇଥିଲା। ଜଣେ ପୁଲିସ ଅଫିସର, ୫ ହୋମଗାର୍ଡଙ୍କ ସମେତ ମୋଟ୍ ୧୫ ଜଣଙ୍କର ଉକ୍ତ ଘଟଣାରେ ମୃତ୍ୟୁ ହୋଇଛି। ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ରିଲିଫ୍ ଅପରେସନ ଆରମ୍ଭ କରିଛନ୍ତି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଉକ୍ତ ଘଟଣାରେ ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଆହତମାନଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉକ୍ତ ଦୁର୍ଘଟଣାରେ ପିପଲକୋଟି ଆଉଟପୋଷ୍ଟ୍ ପ୍ରଭାରୀଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଉକ୍ତ ଘଟଣାରେ ତଦନ୍ତ ଆରମ୍ଭ ହୋଇଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ରେଲିଂରେ କରେଣ୍ଟ୍ ଆସିବାରୁ ଏତେ ଲୋକଙ୍କ ମୃତ୍ୟୁ ହୋଇଯାଇଛି। ଉତ୍ତରାଖଣ୍ଡ ଏଡିଜି କହିଛନ୍ତି ଉକ୍ତ ମାମଲାରେ ଅଧିକ ତଦନ୍ତ ପରେ ସ୍ପଷ୍ଟ କଥା ଜଣାପଡ଼ିବ।




