ନଭେମ୍ବର ୭-୩୦ ମଧ୍ୟରେ ୫ ରାଜ୍ୟ ବିଧାନସଭା ନିର୍ବାଚନ, ଡିସେମ୍ବର ୩ରେ ଫଳାଫଳ

ନୂଆଦିଲ୍ଲୀ : ନିର୍ବାଚନ କମିସନ୍‌ ଆଜି ୫ ରାଜ୍ୟ ଛତିଶଗଡ଼, ରାଜସ୍ଥାନ, ମଧ୍ୟପ୍ରଦେଶ, ତେଲେଙ୍ଗାନା ଏବଂ ମିଜୋରାମ ପାଇଁ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ନଭେମ୍ବର ୭ ତାରିଖରୁ ୩୦ ତାରିଖ ମଧ୍ୟରେ ଉପରୋକ୍ତ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ଡିସେମ୍ବର ୩ ତାରିଖରେ ଭୋଟ୍‌ ଗଣତି ଅଛି। ଛତିଶଗଡ଼ରେ ୨ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନଭେମ୍ବର ୭ରେ ଥିବାବେଳେ ନଭେମ୍ବର ୧୭ରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଅଛି। ରାଜସ୍ଥାନରେ […]

Samaya Live Picture
Published On

ନୂଆଦିଲ୍ଲୀ : ନିର୍ବାଚନ କମିସନ୍‌ ଆଜି ୫ ରାଜ୍ୟ ଛତିଶଗଡ଼, ରାଜସ୍ଥାନ, ମଧ୍ୟପ୍ରଦେଶ, ତେଲେଙ୍ଗାନା ଏବଂ ମିଜୋରାମ ପାଇଁ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ନଭେମ୍ବର ୭ ତାରିଖରୁ ୩୦ ତାରିଖ ମଧ୍ୟରେ ଉପରୋକ୍ତ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ଡିସେମ୍ବର ୩ ତାରିଖରେ ଭୋଟ୍‌ ଗଣତି ଅଛି। ଛତିଶଗଡ଼ରେ ୨ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନଭେମ୍ବର ୭ରେ ଥିବାବେଳେ ନଭେମ୍ବର ୧୭ରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଅଛି। ରାଜସ୍ଥାନରେ ଗୋଟିଏ ପର୍ଯ୍ୟାୟରେ ନଭେମ୍ବର ୨୩ରେ ନିର୍ବାଚନ ଅଛି। ମଧ୍ୟପ୍ରଦେଶରେ ନଭେମ୍ବର ୧୭ ତାରିଖରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ଅଛି। ସେହିପରି ତେଲେଙ୍ଗାନାରେ ନଭେମ୍ବର ୩୦ ତାରିଖରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ଅଛି। ଅନ୍ୟପକ୍ଷେ ମିଜୋରାମରେ ଗୋଟିଏ ପର୍ଯ୍ୟାୟରେ ନଭେମ୍ବର ୭ ତାରିଖରେ ନିର୍ବାଚନ ହେବ। ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର କହିଛନ୍ତି, ରାଜନୈତିକ ଦଳ ‌ସମେତ ସମସ୍ତ ପକ୍ଷଙ୍କ ସହ ନିର୍ବାଚନ ନେଇ ବିଚାରବିମର୍ଶ ଶେଷ ହୋଇଛି। ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଜାରି ରହିଛି। ଉକ୍ତ ୫ ରାଜ୍ୟ ବିଧାନସଭା ନିର୍ବାଚନରେ ମୋଟ୍‌ ୮.୨ କୋଟି ପୁରୁଷ ଭୋଟ୍‌ଦାତା ଥିବାବେଳେ ୭.୮ କୋଟି ମହିଳା ଭୋଟ୍‌ଦାତା ଏବଂ ୬୦.୨ ଲକ୍ଷ ଭୋଟର ପ୍ରଥମ ଥର ଭୋଟ୍‌ ଦେବେ। ୫ ରାଜ୍ୟରେ ୧.୭୭ ଲକ୍ଷ ଭୋଟିଂ ବୁଥ୍‌ ବ୍ୟବସ୍ଥା କରାଯାଇଛି। ଆଗକୁ ୨୦୨୪ ଲୋକସଭା ନିର୍ବାଚନ ଥିବାରୁ ଉକ୍ତ ୫ ରାଜ୍ୟ ନିର୍ବାଚନକୁ ଖୁବ୍‌ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି। ଅନ୍ୟପକ୍ଷେ ଇଣ୍ଡିଆ ମେଣ୍ଟ ଗଠନ ପରେ ପ୍ରଥମ ଥର ପାଇଁ ବିରୋଧୀ ଇଣ୍ଡିଆ ମେଣ୍ଟ ଏବଂ ଏନ୍‌ଡିଏ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି।

Tags: