ନଭେମ୍ବର ୨୩ ବଦଳରେ ୨୫ରେ ହେବ ରାଜସ୍ଥାନ ଭୋଟ୍

ନୂଆଦିଲ୍ଲୀ: ନିର୍ବାଚନ କମିସନ୍ (ଇସି) ଗତ ସୋମବାର ଦିନ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିଲେ। ରାଜସ୍ଥାନ ବିଧାନସଭା ନିର୍ବାଚନ ନଭେମ୍ବର ୨୩ ତାରିଖରେ ହେବ ବୋଲି ଇସି ଘୋଷଣା କରିଥିଲେ। କିନ୍ତୁ କିଛି ନିର୍ଦ୍ଦିଷ୍ଟ କାରଣ ପାଇଁ ପୂର୍ବ ନିର୍ଦ୍ଧାରିତ ତାରିଖରେ ଭୋଟ୍ ଗ୍ରହଣ ହୋଇପାରିବନି। ରାଜସ୍ଥାନରେ ୨୩ ତାରିଖରେ ଭୋଟ୍ ଗ୍ରହଣ ନହୋଇ ନଭେମ୍ବର ୨୫ ତାରିଖରେ ଭୋଟ୍ ଗ୍ରହଣ ହେବ। ୨୩ ତାରିଖରେ ରାଜସ୍ଥାନରେ ଅନେକ ବିବାହ ଉତ୍ସବ […]

Samaya Live Picture
Published On

ନୂଆଦିଲ୍ଲୀ: ନିର୍ବାଚନ କମିସନ୍ (ଇସି) ଗତ ସୋମବାର ଦିନ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିଲେ। ରାଜସ୍ଥାନ ବିଧାନସଭା ନିର୍ବାଚନ ନଭେମ୍ବର ୨୩ ତାରିଖରେ ହେବ ବୋଲି ଇସି ଘୋଷଣା କରିଥିଲେ। କିନ୍ତୁ କିଛି ନିର୍ଦ୍ଦିଷ୍ଟ କାରଣ ପାଇଁ ପୂର୍ବ ନିର୍ଦ୍ଧାରିତ ତାରିଖରେ ଭୋଟ୍ ଗ୍ରହଣ ହୋଇପାରିବନି। ରାଜସ୍ଥାନରେ ୨୩ ତାରିଖରେ ଭୋଟ୍ ଗ୍ରହଣ ନହୋଇ ନଭେମ୍ବର ୨୫ ତାରିଖରେ ଭୋଟ୍ ଗ୍ରହଣ ହେବ। ୨୩ ତାରିଖରେ ରାଜସ୍ଥାନରେ ଅନେକ ବିବାହ ଉତ୍ସବ ଏବଂ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମ ଥିବାରୁ ବିଭିନ୍ନ ରାଜନୈତିକ ଦଳ ଗୁଡ଼ିକ ନିର୍ବାଚନ ତାରିଖ ବଦଳାଇବାପାଇଁ ଇସିଙ୍କୁ ଅନୁରୋଧ କରିଥିଲେ। ତେଣୁ ରାଜସ୍ଥାନରେ ୨୩ ତାରିଖରେ ଭୋଟ୍ ଗ୍ରହଣ ନହୋଇ ଏହାର ୨ ଦିନ ପରେ ତଥା ୨୫ ତାରିଖରେ ଭୋଟ୍ ଗ୍ରହଣ ହେବ ବୋଲି ଇସି ଏକ ବିବୃତି ଜାରି କରି କହିଛନ୍ତି। ନଭେମ୍ବର ୨୩ରେ ରାଜସ୍ଥାନରେ ବିଭିନ୍ନ ସ୍ଥାନରେ ୫୦ ହଜାରରୁ ଅଧିକ ବିବାହ ଅଛି। ତେଣୁ ଏହାଦ୍ବାରା ଅନେକ ଭୋଟର ଭୋଟ୍ ନଦେବାପାଇଁ ଆସିପାରନ୍ତି ଏବଂ ଭୋଟ୍ ପ୍ରତିଶତ ମଧ୍ୟ କମିପାରେ। ଏହି କାରଣ ପାଇଁ ରାଜସ୍ଥାନରେ ନିର୍ବାଚନ ତାରିଖ ଘୁଞ୍ଚିଛି।

Tags: