ନଭେମ୍ବର ୨ରେ ଲୋକସଭା ଏଥିକ୍ସ କମିଟିରେ ହାଜର ହେବେ ମହୁଆ ମୈତ୍ର

କୋଲକାତା: ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ର ଆସନ୍ତା ନଭେମ୍ବର ୨ ତାରିଖରେ ଲୋକସଭା ଏଥିକ୍ସ କମିଟିରେ ହାଜର ହେବେ। ମହୁଆ ମୈତ୍ରଙ୍କୁ ଆସନ୍ତା ୩୧ ତାରିଖରେ କମିଟିରେ ହାଜର ହେବା ପାଇଁ ନୋଟିସ୍ କରାଯାଇଥିଲା। କିନ୍ତୁ ସାଂସଦ ମହୁଆ ମୈତ୍ର ଏଥିପାଇଁ ଅଧିକ ସମୟ ମାଗିଥିଲେ। ନଭେମ୍ବର ୫ ତାରିଖ ପରେ ହିଁ ସେ କମିଟିରେ ହାଜର ହୋଇପାରିବେ ବୋଲି କହିଥିଲେ ଏବଂ ଏନେଇ ସେ କମିଟି ଅଧ୍ୟକ୍ଷ ବିନୋଦ […]

Samaya Live Picture
Published On

କୋଲକାତା: ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ର ଆସନ୍ତା ନଭେମ୍ବର ୨ ତାରିଖରେ ଲୋକସଭା ଏଥିକ୍ସ କମିଟିରେ ହାଜର ହେବେ। ମହୁଆ ମୈତ୍ରଙ୍କୁ ଆସନ୍ତା ୩୧ ତାରିଖରେ କମିଟିରେ ହାଜର ହେବା ପାଇଁ ନୋଟିସ୍ କରାଯାଇଥିଲା। କିନ୍ତୁ ସାଂସଦ ମହୁଆ ମୈତ୍ର ଏଥିପାଇଁ ଅଧିକ ସମୟ ମାଗିଥିଲେ। ନଭେମ୍ବର ୫ ତାରିଖ ପରେ ହିଁ ସେ କମିଟିରେ ହାଜର ହୋଇପାରିବେ ବୋଲି କହିଥିଲେ ଏବଂ ଏନେଇ ସେ କମିଟି ଅଧ୍ୟକ୍ଷ ବିନୋଦ ସୋନକରଙ୍କୁ ଚିଠି ଲେଖିଥିଲେ। ମୈତ୍ରଙ୍କ ଅନୁରୋଧ କ୍ରମେ କମିଟି ତାଙ୍କୁ ଅଧିକ ୩ ଦିନ ସମୟ ଦେଇଛନ୍ତି। ମୈତ୍ର ନଭେମ୍ବର ୨ ତାରିଖରେ ହାଜର ହେବାପାଇଁ କମିଟି ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ଆଉ କୌଣସି ବିଳମ୍ବ ହୋଇପାରିବନି କି ଏସଂକ୍ରାନ୍ତରେ ମୈତ୍ରଙ୍କର କୌଣସି ଅନୁରୋଧକୁ ଆଉ ଗ୍ରହଣ କରାଯିବନି ବୋଲି କମିଟି କହିଛନ୍ତି।

Tags: