ନଭେମ୍ବର ୧୩ରୁ ୨୦ ପର୍ଯ୍ୟନ୍ତ ଦିଲ୍ଲୀରେ ଯୁଗ୍ମ-ଅଯୁଗ୍ମ

ନୂଆଦିଲ୍ଲୀ : ଦିଲ୍ଲୀରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଯୁଗ୍ମ–ଅଯୁଗ୍ମ ଯୋଜନା ଘୋଷଣା ହୋଇଛି। ବାୟୁର ମାନ ଅତି ସାଂଘାତିକ ସ୍ତରରେ ଥିବାରୁ ଆସନ୍ତା ନଭେମ୍ବର ୧୩ରୁ ୨୦ ପର୍ଯ୍ୟନ୍ତ ଦିଲ୍ଲୀରେ ଯୁଗ୍ମ–ଅଯୁଗ୍ମ ଯୋଜନା କାର୍ଯ୍ୟକାରୀ ହେବ ବୋଲି ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଆଜି ଘୋଷଣା କରିଛନ୍ତି। ସେହିପରି ଦଶମ ଏବଂ ଦ୍ବାଦଶ ଶ୍ରେଣୀକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ସ୍କୁଲ୍ ପିଲାଙ୍କ ପାଇଁ ଆସନ୍ତା ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ସ୍କୁଲ୍ ବନ୍ଦ ରହିବ ବୋଲି […]

Samaya Live Picture
Published On

ନୂଆଦିଲ୍ଲୀ : ଦିଲ୍ଲୀରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଯୁଗ୍ମ–ଅଯୁଗ୍ମ ଯୋଜନା ଘୋଷଣା ହୋଇଛି। ବାୟୁର ମାନ ଅତି ସାଂଘାତିକ ସ୍ତରରେ ଥିବାରୁ ଆସନ୍ତା ନଭେମ୍ବର ୧୩ରୁ ୨୦ ପର୍ଯ୍ୟନ୍ତ ଦିଲ୍ଲୀରେ ଯୁଗ୍ମ–ଅଯୁଗ୍ମ ଯୋଜନା କାର୍ଯ୍ୟକାରୀ ହେବ ବୋଲି ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଆଜି ଘୋଷଣା କରିଛନ୍ତି। ସେହିପରି ଦଶମ ଏବଂ ଦ୍ବାଦଶ ଶ୍ରେଣୀକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ସ୍କୁଲ୍ ପିଲାଙ୍କ ପାଇଁ ଆସନ୍ତା ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ସ୍କୁଲ୍ ବନ୍ଦ ରହିବ ବୋଲି ଘୋଷଣା ହୋଇଛି। ପୂର୍ବରୁ ଷଷ୍ଠରୁ ଦ୍ବାଦଶ ଶ୍ରେଣୀ ପିଲା ଅନଲାଇନ କ୍ଲାସ୍ କରିବାକୁ ନିର୍ଦ୍ଦେଶ ରହିଥିଲା। ଯୁଗ୍ମ–ଅଯୁଗ୍ମ ଯୋଜନା ଅନୁଯାୟୀ ଅଯୁଗ୍ମ ତାରିଖରେ ଗାଡ଼ିର ଲାଇସେନ୍ସ ପ୍ଲେଟ୍ ନମ୍ବରର ଶେଷ ସଂଖ୍ୟା ୧,୩,୫,୭ ଏବଂ ୯ ଥିବା ଗାଡ଼ି ଚାଲିବ ଏବଂ ଶେଷ ସଂଖ୍ୟା ୦,୨,୪,୬ ଏବଂ ୮ ଥିଲେ ଏହା ଯୁଗ୍ମ ତାରିଖରେ ଚାଲିବ। ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଦୂଷଣ ସଂକ୍ରାନ୍ତରେ ଏକ ଉଚ୍ଚ ସ୍ତରୀୟ ବୈଠକ କରିବାପରେ ଗୋପାଳ ରାୟ ଏହି ଘୋଷଣା କରିଛନ୍ତି। ବୈଠକରେ ଶିକ୍ଷା ମନ୍ତ୍ରୀ ଅତିଶୀ, ମନ୍ତ୍ରୀ ସୌରଭ ଭରଦ୍ବାଜ, କୈଳାଶ ଗେହଲଟ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।

Tags: