ନବୀନ ରାମଗୁଲାମ ମରିସସ୍ର ନୂଆ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ମରିସସ୍ରେ ଚଳିତଥର ବିରୋଧୀ ଦଳ ସଂସଦୀୟ ନିର୍ବାଚନ ଜିତିଛି। ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ ଜଗନ୍ନାଥ ସୋମବାର ପରାଜୟ ସ୍ବୀକାର କରିଛନ୍ତି। ଯଦିଓ ସରକାରୀ ଭାବେ ଚୂଡ଼ାନ୍ତ ଫଳାଫଳ ଆସିନାହିଁ ତଥାପି ବିରୋଧୀ ଦଳ ନେତା ଡକ୍ଟର ନବୀନ ରାମଗୁଲାମ ତୃତୀୟ ଥର ପାଇଁ ମରିସସ୍ର ପ୍ରଧାନମନ୍ତ୍ରୀ ପଦରେ ବସିବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମରିସସ୍ର ନୂଆ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ୍ସରେ ଏକ ପୋଷ୍ଟ୍ କରି ମୋଦୀ ରାମଗୁଲାମଙ୍କ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ମୋଦୀ […]
ନୂଆଦିଲ୍ଲୀ: ମରିସସ୍ରେ ଚଳିତଥର ବିରୋଧୀ ଦଳ ସଂସଦୀୟ ନିର୍ବାଚନ ଜିତିଛି। ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ ଜଗନ୍ନାଥ ସୋମବାର ପରାଜୟ ସ୍ବୀକାର କରିଛନ୍ତି। ଯଦିଓ ସରକାରୀ ଭାବେ ଚୂଡ଼ାନ୍ତ ଫଳାଫଳ ଆସିନାହିଁ ତଥାପି ବିରୋଧୀ ଦଳ ନେତା ଡକ୍ଟର ନବୀନ ରାମଗୁଲାମ ତୃତୀୟ ଥର ପାଇଁ ମରିସସ୍ର ପ୍ରଧାନମନ୍ତ୍ରୀ ପଦରେ ବସିବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମରିସସ୍ର ନୂଆ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ୍ସରେ ଏକ ପୋଷ୍ଟ୍ କରି ମୋଦୀ ରାମଗୁଲାମଙ୍କ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ମୋଦୀ କହିଛନ୍ତି, ମୋର ବନ୍ଧୁ ଡକ୍ଟର ନବୀନ ରାମଗୁଲାମଙ୍କ ସହ ଟେଲିଫୋନ୍ରେ କଥାବର୍ତ୍ତା ହେଲି। ଐତିହାସିକ ବିଜୟ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଭାରତକୁ ଆସିବା ପାଇଁ ନିମନ୍ତ୍ରଣ କଲି। ଉଲ୍ଲେଖଯୋଗ୍ୟ ଯେ ନବୀନ ରାମଗୁଲାମ୍ ହେଉଛନ୍ତି ଆଲିଆନ୍ସ ଅଫ୍ ଚେଞ୍ଜ କ୍ବାଲିସନ୍ର ମୁଖ୍ୟ।




