ନବୀନ ପଟ୍ଟନାୟକ ଦେଶରେ ନମ୍ବର ୱାନ ଲୋକପ୍ରୀୟ ମୁଖ୍ୟମନ୍ତ୍ରୀ , ଯୋଗୀ ଆଦିତ୍ୟନାଥ ଦ୍ବିତୀୟ

ନୂଆଦିଲ୍ଲୀ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ଦେଶରେ ସବୁଠାରୁ ଲୋକପ୍ରୀୟ। ଲୋକପ୍ରୀୟ ମୁଖ୍ୟମନ୍ତ୍ରୀ ତାଲିକାରେ ନବୀନ ହେଉଛନ୍ତି ଦେଶରେ ନମ୍ବର ୱାନ୍। ନବୀନଙ୍କ ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ନିକଟରେ ହୋଇଥିବା ଏକ ସର୍ଭେରୁ ଏହା ଜଣାପଡ଼ିଛି। ସର୍ଭେ ଅନୁଯାୟୀ ନବୀନ ପଟ୍ଟନାୟକ ୫୨.୭ ପ୍ରତିଶତ ଲୋକପ୍ରୀୟ ମୁଖ୍ୟମନ୍ତ୍ରୀ ତାଲିକାରେ ସବୁଠୁ ଆଗରେ ଅଛନ୍ତି। ନବୀନଙ୍କ ପଛକୁ ୫୧.୩ ପ୍ରତିଶତ ଲୋକପ୍ରିୟତା ସହ ଯୋଗୀ ଦ୍ବିତୀୟ ସ୍ଥାନରେ […]

Samaya Live Picture
Published On

ନୂଆଦିଲ୍ଲୀ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ଦେଶରେ ସବୁଠାରୁ ଲୋକପ୍ରୀୟ। ଲୋକପ୍ରୀୟ ମୁଖ୍ୟମନ୍ତ୍ରୀ ତାଲିକାରେ ନବୀନ ହେଉଛନ୍ତି ଦେଶରେ ନମ୍ବର ୱାନ୍। ନବୀନଙ୍କ ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ନିକଟରେ ହୋଇଥିବା ଏକ ସର୍ଭେରୁ ଏହା ଜଣାପଡ଼ିଛି। ସର୍ଭେ ଅନୁଯାୟୀ ନବୀନ ପଟ୍ଟନାୟକ ୫୨.୭ ପ୍ରତିଶତ ଲୋକପ୍ରୀୟ ମୁଖ୍ୟମନ୍ତ୍ରୀ ତାଲିକାରେ ସବୁଠୁ ଆଗରେ ଅଛନ୍ତି। ନବୀନଙ୍କ ପଛକୁ ୫୧.୩ ପ୍ରତିଶତ ଲୋକପ୍ରିୟତା ସହ ଯୋଗୀ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ତୃତୀୟ ସ୍ଥାନରେ ଥିବାବେଳେ ଚତୁର୍ଥ ସ୍ଥାନରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ରହିଛନ୍ତି। ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ଶାହ ୪୧.୪ ପ୍ରତିଶତ ଲୋକପ୍ରିୟତା ସହ ପଞ୍ଚମ ସ୍ଥାନରେ ରହିଛନ୍ତି। ତ୍ରିପୁରା ମୁଖ୍ୟମନ୍ତ୍ରୀ ରାଜ୍ୟର ଲୋକଙ୍କର ବିକାଶ ପାଇଁ କାମ କରୁଥିବାରୁ ସେ ପଞ୍ଚମ ସ୍ଥାନରେ ରହିଛନ୍ତି।

Tags: