ନବଜୋତ ସିଂହ ସିଦ୍ଧୁଙ୍କ ପତ୍ନୀଙ୍କୁ କର୍କଟ
ନୂଆଦିଲ୍ଲୀ, ୨୩/୩ : ପଂଜାବ ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ନବଜୋତ ସିଂହ ସିଦ୍ଧୁଙ୍କ ପତ୍ନୀ ନବଜୋତ କୌରଙ୍କୁ କର୍କଟ ହୋଇଛି। ନିଜେ ନବଜୋତ କୌର ଆଜି ଏହି ସୂଚନା ଦେଇଛନ୍ତି। ସେ ଷ୍ଟେଜ୍ ୨ କର୍କଟରେ ପୀଡ଼ିତ ଥିବା କହିଛନ୍ତି । ନବଜୋତ କୌର ଆଜି ଏନେଇ ଜେଲ୍ରେ ଥିବା ତାଙ୍କ ସ୍ବାମୀଙ୍କ ପାଖକୁ ଏକ ଭାବପ୍ରବଣ ଚିଠି ଲେଖିଛନ୍ତି। ନବଜୋତ କୌର ଲେଖିଛନ୍ତି, ‘ତୁମକୁ ଅପେକ୍ଷା କରିଛି। ଯେଉଁ ଭୁଲ୍ କରିନ ସେଥିପାଇଁ […]
ନୂଆଦିଲ୍ଲୀ, ୨୩/୩ : ପଂଜାବ ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ନବଜୋତ ସିଂହ ସିଦ୍ଧୁଙ୍କ ପତ୍ନୀ ନବଜୋତ କୌରଙ୍କୁ କର୍କଟ ହୋଇଛି। ନିଜେ ନବଜୋତ କୌର ଆଜି ଏହି ସୂଚନା ଦେଇଛନ୍ତି। ସେ ଷ୍ଟେଜ୍ ୨ କର୍କଟରେ ପୀଡ଼ିତ ଥିବା କହିଛନ୍ତି । ନବଜୋତ କୌର ଆଜି ଏନେଇ ଜେଲ୍ରେ ଥିବା ତାଙ୍କ ସ୍ବାମୀଙ୍କ ପାଖକୁ ଏକ ଭାବପ୍ରବଣ ଚିଠି ଲେଖିଛନ୍ତି। ନବଜୋତ କୌର ଲେଖିଛନ୍ତି, ‘ତୁମକୁ ଅପେକ୍ଷା କରିଛି। ଯେଉଁ ଭୁଲ୍ କରିନ ସେଥିପାଇଁ ଦଣ୍ଡ ଭୋଗୁଛ। କିନ୍ତୁ ସମସ୍ତ ବାସ୍ତବ ଦୋଷୀ ବାହାରେ ବୁଲୁଛନ୍ତି। ତୁମକୁ ନ୍ୟାୟ ମିଳୁନି। ସତ ସବୁଠୁ ଶକ୍ତିଶାଳୀ କିନ୍ତୁ ବାରମ୍ବାର ଏହା ତୁମ ଧୈର୍ଯ୍ୟର ପରୀକ୍ଷା ନେଉଛି। ମୁଁ ତୁମକୁ ଅପେକ୍ଷା କରିପାରିବିନି। କାରଣ ଏହା ଷ୍ଟେଜ୍ ୨ କର୍କଟ। କାହାକୁ ଦାୟୀ କରୁନି। ଏହା ଭଗବାନଙ୍କ ଯୋଜନା। ତୁମେ ଜେଲ୍ରେ ରହି ଯେତିକି କଷ୍ଟ ପାଉନ ମୁଁ ବାହାରେ ତୁମକୁ ଅପେକ୍ଷା କରି ତା’ଠାରୁ ଅଧିକ କଷ୍ଟ ପାଉଛି’। ଉଲ୍ଲେଖଯୋଗ୍ୟ ଯେ ନବଜୋତ ସିଂହ ସିଦ୍ଧୁ ୧୯୮୮ ମସିହାର ଏକ ରୋଡ୍ ରେଜ୍ ମାମଲାରେ ଏବେ ଜେଲ୍ ଦଣ୍ଡ ଭୋଗୁଛନ୍ତି।




