ନବଜନ୍ମିତ କନ୍ୟାକୁ ଘରକୁ ଆଣିଲେ ପଂଜାବ ମୁଖ୍ୟମନ୍ତ୍ରୀ , ଝିଅର ନାଁ ରଖିଲେ ‘ନିୟାମତ କୌର ମାନ୍’

ନୂଆଦିଲ୍ଲୀ : ପଂଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଶୁକ୍ରବାର ତାଙ୍କ ନବଜନ୍ମିତ କନ୍ୟାକୁ ଘରକୁ ଆଣିଛନ୍ତି ଏବଂ ଝିଅର ନାଁ ଦେଇଛନ୍ତି ନିୟାମତ କୌର ମାନ୍। ଗୁରୁବାର ମୋହାଲିର ଏକ ଘରୋଇ ହସ୍ପିଟାଲରେ ଭଗୱନ୍ତ ମାନଙ୍କ ଝିଅ ଜନ୍ମ ହୋଇଥିଲା। ପତ୍ନୀ ଗୁରପ୍ରିତ କୌର ଆଜି ହସ୍ପିଟାଲରୁ ଡିସଚାର୍ଜ ହେବାପରେ ମାନ ତାଙ୍କ ପତ୍ନୀ ଏବଂ ଝିଅକୁ ଧରି ଘରକୁ ଫେରିଛନ୍ତି। ମାନ ଆଜି ତାଙ୍କ ବାସଭବନ ବାହାରେ ନିଜ ଝିଅକୁ ହାତରେ ଧରି ଗଣମାଧ୍ୟମରେ ଟିପ୍ପଣୀ […]

Samaya Live Picture
Published On

ନୂଆଦିଲ୍ଲୀ : ପଂଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଶୁକ୍ରବାର ତାଙ୍କ ନବଜନ୍ମିତ କନ୍ୟାକୁ ଘରକୁ ଆଣିଛନ୍ତି ଏବଂ ଝିଅର ନାଁ ଦେଇଛନ୍ତି ନିୟାମତ କୌର ମାନ୍। ଗୁରୁବାର ମୋହାଲିର ଏକ ଘରୋଇ ହସ୍ପିଟାଲରେ ଭଗୱନ୍ତ ମାନଙ୍କ ଝିଅ ଜନ୍ମ ହୋଇଥିଲା। ପତ୍ନୀ ଗୁରପ୍ରିତ କୌର ଆଜି ହସ୍ପିଟାଲରୁ ଡିସଚାର୍ଜ ହେବାପରେ ମାନ ତାଙ୍କ ପତ୍ନୀ ଏବଂ ଝିଅକୁ ଧରି ଘରକୁ ଫେରିଛନ୍ତି। ମାନ ଆଜି ତାଙ୍କ ବାସଭବନ ବାହାରେ ନିଜ ଝିଅକୁ ହାତରେ ଧରି ଗଣମାଧ୍ୟମରେ ଟିପ୍ପଣୀ ରଖିଛନ୍ତି। ମାନ୍ କହିଛନ୍ତି, ଆଜି ମୋ ପରିବାର ଏବଂ ମୋ ପତ୍ନୀଙ୍କ ପାଇଁ ଏକ ବଡ଼ ଦିନ। ଆମର ସମସ୍ତ ସମ୍ପର୍କୀୟ ଘରେ ପହଞ୍ଚି ସାରିଛନ୍ତି ଏବଂ ସମସ୍ତେ ଖୁବ୍ ଖୁସି ଅଛନ୍ତି। ଆମକୁ ଏକ ସୁସ୍ଥ ସନ୍ତାନ ଦେଇଥିବାରୁ ମୁଁ ଭଗବାନଙ୍କୁ ଧନ୍ୟବାଦ ଜଣାଉଛି ବୋଲି ସେ କହିଛନ୍ତି। ମାନ୍ କହିଛନ୍ତି, ପୁଅ ହେଉ କି ଝିଅ ପ୍ରଥମେ ଶିଶୁଟି ସୁସ୍ଥ ହେବା ଜରୁରୀ। ଦ୍ବିତୀୟରେ ଶିଶୁକୁ ଉତ୍ତମ ଶିକ୍ଷା ଦିଆଯିବା ଉଚିତ। ତେବେ ଆମର ଝିଅମାନେ କିଛି କମ୍ ନୁହନ୍ତି। ସେମାନେ ପ୍ରତି କ୍ଷେତ୍ରରେ ଆଗୁଆ ଏବଂ ମୁଁ ଏକ ଝିଅର ବାପା ହୋଇ ଖୁବ୍ ଖୁସି ବୋଲି ସେ କହିଛନ୍ତି।

Tags: