ନଡ୍ଡାଙ୍କ ପରେ କିଏ ହେବେ ବିଜେପିର ନୂଆ ମୁଖ୍ୟ ?
ନୂଆଦିଲ୍ଲୀ: ଆସନ୍ତା ୧୫ ଦିନ ମଧ୍ୟରେ ବିଜେପିର ନୂଆ ମୁଖ୍ୟ ଘୋଷଣା ହୋଇପାରନ୍ତି। ମିଳିଥିବା ସୂଚନାନୁଯାୟୀ ୧୨ଟି ରାଜ୍ୟରେ ସାଂଗଠନିକ ନିର୍ବାଚନ ଶେଷ ହୋଇଛି। ମାର୍ଚ୍ଚ ୧୫ ସୁଦ୍ଧା ଦଳର ଜାତୀୟ ସଭାପତିଙ୍କ ନାଁ ଘୋଷଣା ହୋଇପାରେ। ବିଜେପି ସଭାପତି ନିର୍ବାଚିତ ହେବାପାଇଁ ୫୦ ପ୍ରତିଶତ ରାଜ୍ୟରେ ସାଂଗଠନିକ ନିର୍ବାଚନ ଜରୁରୀ। ଏହା ପୂର୍ବରୁ ବୁଥ୍, ମଣ୍ଡଳ ଏବଂ ଜିଲ୍ଲା ସ୍ତରରେ ନିର୍ବାଚନ କରାଯାଏ। ତେବେ ବର୍ତ୍ତମାନ ୩୬ଟି ରାଜ୍ୟ ମଧ୍ୟରୁ ୧୨ଟି ରାଜ୍ୟରେ ନିର୍ବାଚନ ଶେଷ […]
ନୂଆଦିଲ୍ଲୀ: ଆସନ୍ତା ୧୫ ଦିନ ମଧ୍ୟରେ ବିଜେପିର ନୂଆ ମୁଖ୍ୟ ଘୋଷଣା ହୋଇପାରନ୍ତି। ମିଳିଥିବା ସୂଚନାନୁଯାୟୀ ୧୨ଟି ରାଜ୍ୟରେ ସାଂଗଠନିକ ନିର୍ବାଚନ ଶେଷ ହୋଇଛି। ମାର୍ଚ୍ଚ ୧୫ ସୁଦ୍ଧା ଦଳର ଜାତୀୟ ସଭାପତିଙ୍କ ନାଁ ଘୋଷଣା ହୋଇପାରେ। ବିଜେପି ସଭାପତି ନିର୍ବାଚିତ ହେବାପାଇଁ ୫୦ ପ୍ରତିଶତ ରାଜ୍ୟରେ ସାଂଗଠନିକ ନିର୍ବାଚନ ଜରୁରୀ। ଏହା ପୂର୍ବରୁ ବୁଥ୍, ମଣ୍ଡଳ ଏବଂ ଜିଲ୍ଲା ସ୍ତରରେ ନିର୍ବାଚନ କରାଯାଏ। ତେବେ ବର୍ତ୍ତମାନ ୩୬ଟି ରାଜ୍ୟ ମଧ୍ୟରୁ ୧୨ଟି ରାଜ୍ୟରେ ନିର୍ବାଚନ ଶେଷ ହୋଇଛି। ତେଣୁ ଅଧିକ ୬ଟି ରାଜ୍ୟରେ ସାଂଗଠନିକ ନିର୍ବାଚନ ଆବଶ୍ୟକତା ରହିଛି। ତାମିଲନାଡ଼ୁ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ଆସାମ ଏବଂ ଗୁଜରାଟରେ ବିଜେପି ଏହି ପ୍ରକ୍ରିୟାକୁ ତ୍ବରାନ୍ବିତ କରିଛି। ବିହାରରେ ଚଳିତ ବର୍ଷ ଶେଷ ଆଡ଼କୁ ନିର୍ବାଚନ ଥିବାରୁ ବିହାରରେ କୌଣସି ପରିବର୍ତ୍ତନ ହେବନାହିଁ। ରାଜ୍ୟ ପ୍ରଭାରୀମାନଙ୍କୁ ଏହି ଶୀର୍ଷ ପଦ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ନାଁ ଦାଖଲ କରିବାପାଇଁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ଜେପି ନଡ୍ଡା ୨୦୧୯ରେ ବିଜେପିର କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ବ ନେଇଥିଲେ। ୨୦୨୦ ଜାନୁଆରିରେ ତାଙ୍କୁ ସର୍ବସମ୍ମତି କ୍ରମେ ବିଜେପି ଜାତୀୟ ସଭାପତି ନିର୍ବାଚିତ କରାଗଲା ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କଠାରୁ ସେ ଦାୟିତ୍ବ ଗ୍ରହଣ କଲେ।
Tags:




