ନକଲି ଭିଡିଓ ପାଇଁ ମଣିପୁର ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଯାଇଛି

ଇମ୍ଫାଲ : ମଣିପୁରରେ ୨ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇବା ଘଟଣା ଏକ ନକଲି ଭିଡିଓକୁ ଆଧାର କରି ହୋଇଛି। ଏକ ନକଲି ଭିଡିଓ ପାଇଁ କିଛି ବିଶୃଙ୍ଖଳ ଜନତା ୨ ଜଣ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇଛନ୍ତି ଏବଂ ଜଣେ ମହିଳାଙ୍କ ସାନ ଭାଇଙ୍କୁ ମଧ୍ୟ ସେମାନେ ହତ୍ୟା କରିଛନ୍ତି। ମେ’ ୩ ତାରିଖରେ ମଣିପୁରରେ ମୈତେଇ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ହିଂସା ଉପୁଜିଥିଲା। ପୁଲିସ ଅନୁଯାୟୀ ୨ […]

Samaya Live Picture
Published On

ଇମ୍ଫାଲ : ମଣିପୁରରେ ୨ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇବା ଘଟଣା ଏକ ନକଲି ଭିଡିଓକୁ ଆଧାର କରି ହୋଇଛି। ଏକ ନକଲି ଭିଡିଓ ପାଇଁ କିଛି ବିଶୃଙ୍ଖଳ ଜନତା ୨ ଜଣ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇଛନ୍ତି ଏବଂ ଜଣେ ମହିଳାଙ୍କ ସାନ ଭାଇଙ୍କୁ ମଧ୍ୟ ସେମାନେ ହତ୍ୟା କରିଛନ୍ତି। ମେ’ ୩ ତାରିଖରେ ମଣିପୁରରେ ମୈତେଇ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ହିଂସା ଉପୁଜିଥିଲା। ପୁଲିସ ଅନୁଯାୟୀ ୨ ଜଣ ମହିଳା ହେଉଛନ୍ତି ଏକ କ୍ଷୁଦ୍ର ଗୋଷ୍ଠୀର। ମେ’ ୪ରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ଜୋରଦାର ହିଂସା ହେବାପରେ ଏହି କ୍ଷୁଦ୍ର ଗୋଷ୍ଠୀରୁ ୨ ମହିଳାଙ୍କ ସମେତ ଅନ୍ୟ କିଛି ଲୋକ ପ୍ରାଣ ବିକଳରେ ସୁରକ୍ଷା ପାଇଁ ଜଙ୍ଗଲ ଆଡ଼କୁ ଦୌଡ଼ିଥିଲେ। ପୁଲିସ ଅନୁଯାୟୀ ଯେଉଁ ବିଶୃଙ୍ଖଳ ଜନତା ୨ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇଛନ୍ତି ସେମାନଙ୍କ ନିକଟରେ ଏକ ମିଥ୍ୟା ଭିଡିଓ ପହଞ୍ଚିଥିଲା, ଯେଉଁଥିରେ ସେମାନଙ୍କ ସମ୍ପ୍ରଦାୟର ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଛି ବୋଲି କୁହାଯାଇଥିଲା। ଏହାପରେ ସେମାନେ ଏକ ଗ୍ରାମରେ ଚଢ଼ଉ କରିଥିଲେ। ଏହି ସମୟରେ ସେହି ଗ୍ରାମର ଗୋଟିଏ ପରିବାରର ୨ ଜଣ ପୁରୁଷ ଏବଂ ୩ ଜଣ ମହିଳା ଜଙ୍ଗଲ ଆଡ଼କୁ ଦୌଡ଼ିଥିଲେ। ଏତଲା ଅନୁଯାୟୀ ସେମାନେ ଏକ ଜଙ୍ଗଲ ଆଡ଼କୁ ଯାଉଥିଲେ। ନଙ୍ଗପକ ସେମକାଇ ଥାନା ନିକଟରେ ସେମାନେ ଏକ ପୁଲିସ ଟିମ୍‌କୁ ପାଇଥିଲେ। ପୁଲିସ ଟିମ୍‌ ମଧ୍ୟ ସେମାନଙ୍କୁ ସୁରକ୍ଷା ଦେଇଥିଲେ। କିନ୍ତୁ ହଠାତ୍‌ ୮୦୦ ରୁ ୧୦୦୦ ଜଣ ଲୋକ ସେମାନଙ୍କୁ ପୁଲିସ ସୁରକ୍ଷା ବଳୟରୁ ଉଠାଇ ନେଇଥିଲେ। ଏହାପରେ ସେମାନେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲେ ଏବଂ ୨ ଜଣଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇଥିଲେ। ପୂରା ଘଟଣାଟି ଏକ ନକଲି ଭିଡିଓକୁ ଆଧାର କରି ‌‌ହୋଇଛି ବୋଲି ତଦନ୍ତରୁ ଜଣାପଡ଼ିଛି। ଏନେଇ ମଧ୍ୟ ଅଧିକ ତଦନ୍ତ ଜାରି ରହିଛି।

Tags: