ନକଲି ପିଏମ୍ଓ ଟିମ୍ରେ ପୁଅର ସମ୍ପୃକ୍ତି ପାଇଁ ଇସ୍ତଫା ଦେଲେ ବରିଷ୍ଠ ଗୁଜରାଟ ଅଧିକାରୀ
ନୂଆଦିଲ୍ଲୀ,୨୫/୩: ଗୁଜରାଟ ସିଏମ୍ଓ (ମୁଖ୍ୟମନ୍ତ୍ରୀଙ୍କ ଅଫିସ)ର ବରିଷ୍ଠ ଅଧିକାରୀ ହିତେଶ ପାଣ୍ଡ୍ୟା ଆଜି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ନକଲି ପିଏମ୍ଓ ( ପ୍ରଧାନମନ୍ତ୍ରୀଙ୍କ ଅଫିସ୍) ଟିମ୍ରେ ନିଜ ପୁଅର ସମ୍ପୃକ୍ତି ଥିବା ଅଭିଯୋଗ ହେବାପରେ ପାଣ୍ଡ୍ୟା ଇସ୍ତଫା ଦେଇଛନ୍ତି। ହିତେଶ ପାଣ୍ଡ୍ୟାଙ୍କ ପୁଅ ଅମିତ ହିତେଶ ପାଣ୍ଡ୍ୟା ଠକ କିରଣ ପଟେଲ୍ ନେତୃତ୍ବାଧୀନରେ ପରିଚାଳିତ ଏକ ନକଲି ପିଏମ୍ଓ ଟିମ୍ରେ ସାମିଲ ଥିଲେ। କିରଣ ପଟେଲ୍କୁ ଚଳିତ ମାସରେ ଗିରଫ କରାଯାଇଛି। ସେ ନିଜକୁ ପିଏମ୍ଓ […]
ନୂଆଦିଲ୍ଲୀ,୨୫/୩: ଗୁଜରାଟ ସିଏମ୍ଓ (ମୁଖ୍ୟମନ୍ତ୍ରୀଙ୍କ ଅଫିସ)ର ବରିଷ୍ଠ ଅଧିକାରୀ ହିତେଶ ପାଣ୍ଡ୍ୟା ଆଜି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ନକଲି ପିଏମ୍ଓ ( ପ୍ରଧାନମନ୍ତ୍ରୀଙ୍କ ଅଫିସ୍) ଟିମ୍ରେ ନିଜ ପୁଅର ସମ୍ପୃକ୍ତି ଥିବା ଅଭିଯୋଗ ହେବାପରେ ପାଣ୍ଡ୍ୟା ଇସ୍ତଫା ଦେଇଛନ୍ତି। ହିତେଶ ପାଣ୍ଡ୍ୟାଙ୍କ ପୁଅ ଅମିତ ହିତେଶ ପାଣ୍ଡ୍ୟା ଠକ କିରଣ ପଟେଲ୍ ନେତୃତ୍ବାଧୀନରେ ପରିଚାଳିତ ଏକ ନକଲି ପିଏମ୍ଓ ଟିମ୍ରେ ସାମିଲ ଥିଲେ। କିରଣ ପଟେଲ୍କୁ ଚଳିତ ମାସରେ ଗିରଫ କରାଯାଇଛି। ସେ ନିଜକୁ ପିଏମ୍ଓ ଟିମ୍ର ଜଣେ ବରିଷ୍ଠ ଅଧିକାରୀ ଦର୍ଶାଇ ଅନେକ ସରକାରୀ ସୁବିଧାସୁଯୋଗ ହାସଲ କରିଛି। ତେବେ ଏହି କଥା ଜଣା ପଡ଼ିବାପରେ ସେ ଗିରଫ ହୋଇଛି। ଉକ୍ତ ଘଟଣାର ତଦନ୍ତ ହେବାପରେ ହିତେଶ ପାଣ୍ଡ୍ୟାଙ୍କ ପୁଅଙ୍କର ଏଥିରେ ସମ୍ପୃକ୍ତି ଥିବା ଜଣାପଡ଼ିଥିଲା। ହିତେଶ ପାଣ୍ଡ୍ୟା ୨୦୦୧ରୁ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ପିଆରଓ ଅଛନ୍ତି। ଗତକାଲି ସନ୍ଧ୍ୟାରେ ସେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କୁ ଇସ୍ତଫା ପତ୍ର ଦେଇଛନ୍ତି। ପାଣ୍ଡ୍ୟା ତାଙ୍କ ଇସ୍ତଫା ପତ୍ରରେ କହିଛନ୍ତି, ତାଙ୍କ ପୁଅ ଏହି ମାମଲାରେ ନିର୍ଦ୍ଦୋଶ ହୋଇଥିଲେ ବି ସେ ପିଏମ୍ଓ ଏବଂ ସିଏମ୍ଓ ଅଫିସ୍ର ଛବିକୁ ଖରାପ କରିବାକୁ ଚାହାନ୍ତିନି। ସେଥିପାଇଁ ସେ ନିଜ ପଦରୁ ଇସ୍ତଫା ଦେଉଥିବା କହିଛନ୍ତି। ଗୁଜରାଟ ବିଜେପି ମଧ୍ୟ ଅମିତ ପାଣ୍ଡ୍ୟାଙ୍କୁ ଦଳର ପ୍ରାଥମିକ ସଦସ୍ୟତା ପଦରୁ ନିଲମ୍ବିତ କରିଛନ୍ତି।




