ନକଲି ଜନ୍ମ ପ୍ରମାଣପତ୍ର ମାମଲା, ଆଜମ ଖାନ୍ ଏବଂ ପରିବାର ସଦସ୍ୟ ଦୋଷୀସାବ୍ୟସ୍ତ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ରାମପୁର କୋର୍ଟ ଆଜି ଏକ ନକଲି ଜନ୍ମ ପ୍ରମାଣପତ୍ର ମାମଲାରେ ସପା (ସମାଜବାଦୀ ପାର୍ଟି) ନେତା ଆଜମ ଖାନ୍ , ତାଙ୍କ ପତ୍ନୀ ତନଜିମ ଫତିମା ଏବଂ ସେମାନଙ୍କ ପୁଅ ଅବଦୁଲ୍ଲା ଆଜମ ଖାନ୍ଙ୍କୁ ଦୋଷୀସାବ୍ୟସ୍ତ କରିଛନ୍ତି। ଏହି ମାମଲା ଅବଦୁଲ୍ଲା ଆଜମ ଖାନ୍ଙ୍କ ୨ଟି ଜନ୍ମ ପ୍ରମାଣପତ୍ର ସହ ଜଡ଼ିତ। ଅବଦୁଲ୍ଲା ଆଜମ ଖାନ୍ ତାଙ୍କର ପ୍ରଥମ ଜନ୍ମ ପ୍ରମାଣପତ୍ର ଆଧାରରେ ପାସପୋର୍ଟ ହାସଲ କରିଥିବାବେଳେ ସରକାରୀ କାର୍ଯ୍ୟ ପାଇଁ ସେ ତାଙ୍କ […]
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ରାମପୁର କୋର୍ଟ ଆଜି ଏକ ନକଲି ଜନ୍ମ ପ୍ରମାଣପତ୍ର ମାମଲାରେ ସପା (ସମାଜବାଦୀ ପାର୍ଟି) ନେତା ଆଜମ ଖାନ୍ , ତାଙ୍କ ପତ୍ନୀ ତନଜିମ ଫତିମା ଏବଂ ସେମାନଙ୍କ ପୁଅ ଅବଦୁଲ୍ଲା ଆଜମ ଖାନ୍ଙ୍କୁ ଦୋଷୀସାବ୍ୟସ୍ତ କରିଛନ୍ତି। ଏହି ମାମଲା ଅବଦୁଲ୍ଲା ଆଜମ ଖାନ୍ଙ୍କ ୨ଟି ଜନ୍ମ ପ୍ରମାଣପତ୍ର ସହ ଜଡ଼ିତ। ଅବଦୁଲ୍ଲା ଆଜମ ଖାନ୍ ତାଙ୍କର ପ୍ରଥମ ଜନ୍ମ ପ୍ରମାଣପତ୍ର ଆଧାରରେ ପାସପୋର୍ଟ ହାସଲ କରିଥିବାବେଳେ ସରକାରୀ କାର୍ଯ୍ୟ ପାଇଁ ସେ ତାଙ୍କ ଦ୍ବିତୀୟ ଜନ୍ମ ପ୍ରମାଣପତ୍ର ବ୍ୟବହାର କରିଛନ୍ତି। ୨ଟି ଯାକ ସାର୍ଟିଫିକେଟ୍ ବେଆଇନ ଭାବେ ପ୍ରସ୍ତୁତ କରାଯାଇଛି ଏବଂ ଏହା ଏକ ପୂର୍ବ ପ୍ରାୟୋଜିତ ଷଡ଼ଯନ୍ତ୍ର। ଉଲ୍ଲେଖଯୋଗ୍ୟ ଯେ ରାମପୁର ନଗର ପାଳିକା ଦ୍ବାରା ୨୦୧୨ ଜୁନ୍ ୧୮ରେ ଦିଆଯାଇଥିବା ଜନ୍ମ ପ୍ରମାଣପତ୍ରରେ ଅବଦୁଲ୍ଲା ଆଜମ ଖାନଙ୍କ ଜନ୍ମସ୍ଥାନ ରାମପୁର ଦର୍ଶାଯାଇଛି। ଅନ୍ୟପକ୍ଷେ ୨୦୧୫ ଜାନୁଆରିରେ ଦିଆଯାଇଥିବା ଅନ୍ୟ ଏକ ଜନ୍ମ ପ୍ରମାଣପତ୍ରରେ ଲକ୍ଷ୍ନୌକୁ ଅବଦୁଲ୍ଲା ଆଜମ ଖାନ୍ଙ୍କ ଜନ୍ମସ୍ଥାନ ଦର୍ଶାଯାଇଛି। ଧାରା ୪୨୦, ୪୬୭, ୪୬୮ ଏବଂ ୪୭୧ ଅଧୀନରେ ଅବଦୁଲ୍ଲା ଆଜମ ଖାନ୍ଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।




