ଧୂମପାନମୁକ୍ତ ଦେଶ ହେବ ସ୍ବିଡ଼େନ

ଷ୍ଟକହୋମ୍: ୟୁରୋପୀୟ ସଂଘର ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ସ୍ବିଡେନରେ ଧୂମପାନ ହାର ସବୁଠୁ କମ୍। ତେଣୁ ସରକାର ଦେଶକୁ ସଂପୂର୍ଣ୍ଣ ଧୂମପାନମୁକ୍ତ ଘୋ‌ଷଣା କରିବେ ବୋଲି କୁହାଯାଉଛି। ଦେଶର ଦୈନିକ ଧୂମପାନକାରୀଙ୍କ ସଂଖ୍ୟା ଯଦି ମୋଟ ଜନସଂଖ୍ୟାର ୫ ପ୍ରତିଶତରୁ କମ୍ ରହେ ତାହେଲେ ସେହି ଦେଶକୁ ଧୂମପାନ ମୁକ୍ତ ବୋଲି ଘୋଷଣା କରାଯାଇଥାଏ। ସ୍ବିଡେନରେ ପ୍ରଚଳିତ ଆଇନ ଏବଂ ଧୂମପାନ ବିରୋଧୀ ସଚେତନତା କାର୍ଯ୍ୟକ୍ରମ ଯୋଗୁ ଦେଶକୁ ଏଭଳି ସଫଳତା ମଳିଛି। ଦେଶରେ ଧୂମପାନ ହାର […]

Samaya Live Picture
Published On

ଷ୍ଟକହୋମ୍: ୟୁରୋପୀୟ ସଂଘର ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ସ୍ବିଡେନରେ ଧୂମପାନ ହାର ସବୁଠୁ କମ୍। ତେଣୁ ସରକାର ଦେଶକୁ ସଂପୂର୍ଣ୍ଣ ଧୂମପାନମୁକ୍ତ ଘୋ‌ଷଣା କରିବେ ବୋଲି କୁହାଯାଉଛି। ଦେଶର ଦୈନିକ ଧୂମପାନକାରୀଙ୍କ ସଂଖ୍ୟା ଯଦି ମୋଟ ଜନସଂଖ୍ୟାର ୫ ପ୍ରତିଶତରୁ କମ୍ ରହେ ତାହେଲେ ସେହି ଦେଶକୁ ଧୂମପାନ ମୁକ୍ତ ବୋଲି ଘୋଷଣା କରାଯାଇଥାଏ। ସ୍ବିଡେନରେ ପ୍ରଚଳିତ ଆଇନ ଏବଂ ଧୂମପାନ ବିରୋଧୀ ସଚେତନତା କାର୍ଯ୍ୟକ୍ରମ ଯୋଗୁ ଦେଶକୁ ଏଭଳି ସଫଳତା ମଳିଛି। ଦେଶରେ ଧୂମପାନ ହାର ଲଗାତାର ହ୍ରାସ ପାଉଥିବାବେଳେ ୟୁରୋପୀୟ ସଂଘର ୨୭ଟି ରାଷ୍ଟ୍ର ମଧ୍ୟରେ ସ୍ବିଡେନ ଏ କ୍ଷେତ୍ରରେ ସବୁଠୁ ଭଲ ସ୍ଥିତିରେ ରହିଛି। ଗତବର୍ଷ ଏଠାରେ ଦୈନିକ ଧୂମପାନ କରୁଥିବା ଲୋକଙ୍କ ସଂଖ୍ୟା ୫.୬ ପ୍ରତିଶତ ରହିଥିଲା। ଦୈନିକ ଧୂମପାନକାରୀଙ୍କ ସଂଖ୍ୟା ୨୦୧୯ ମସିହାରେ ଉକ୍ତ ଦେଶରେ ୬.୪ ପ୍ରତିଶତ ଥିଲା। କିନ୍ତୁ ୟୁରୋପୀୟ ସଂଘରେ ଧୂମପାନକାରୀଙ୍କ ସଂଖ୍ୟା ମୋଟ ଲୋକସଂଖ୍ୟାର ୧୮.୫ ପ୍ରତିଶତ ଥିଲା ବୋଲି ଜଣାଯାଇଛି।

Tags: