ଧାରା ୩୭୦ ଉଚ୍ଛେଦ ବୈଧ : ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରିଥିବା ଧାରା ୩୭୦ ଉଚ୍ଛେଦ ବୈଧ। ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଆଜି ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇ କହିଛନ୍ତି ଯେ ୨୦୧୯ରେ ଜମ୍ମୁ କାଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ଧାରା ୩୭୦ ଉଚ୍ଛେଦ କରିବାପାଇଁ ରାଷ୍ଟ୍ରପତି ଯେଉଁ ନିର୍ଦ୍ଦେଶ ଦେଇଥିଲେ ତାହା ବୈଧ। କୋର୍ଟ କହିଛନ୍ତି, ଜମ୍ମୁ କାଶ୍ମୀରରେ ୨୦୨୪ ସେପ୍ଟେମ୍ବର ସୁଦ୍ଧା ନିର୍ବାଚନ ହେବା ଉଚିତ ଏବଂ ଯଥାସମ୍ଭବ ରାଜ୍ୟପାହ୍ୟା ଫେରି ପାଇବା ଉଚିତ। […]
ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରିଥିବା ଧାରା ୩୭୦ ଉଚ୍ଛେଦ ବୈଧ। ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଆଜି ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇ କହିଛନ୍ତି ଯେ ୨୦୧୯ରେ ଜମ୍ମୁ କାଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ଧାରା ୩୭୦ ଉଚ୍ଛେଦ କରିବାପାଇଁ ରାଷ୍ଟ୍ରପତି ଯେଉଁ ନିର୍ଦ୍ଦେଶ ଦେଇଥିଲେ ତାହା ବୈଧ। କୋର୍ଟ କହିଛନ୍ତି, ଜମ୍ମୁ କାଶ୍ମୀରରେ ୨୦୨୪ ସେପ୍ଟେମ୍ବର ସୁଦ୍ଧା ନିର୍ବାଚନ ହେବା ଉଚିତ ଏବଂ ଯଥାସମ୍ଭବ ରାଜ୍ୟପାହ୍ୟା ଫେରି ପାଇବା ଉଚିତ। ପ୍ରଧାନ ବିଚାରପତି କହିଛନ୍ତି, କେନ୍ଦ୍ର ସରକାରଙ୍କ ଦ୍ବାରା ନିଆଯାଉଥିବା ପ୍ରତ୍ୟେକଟି ପଦକ୍ଷେପକୁ ଚ୍ୟାଲେଂଜ କରିହେବନି। ସରକାରଙ୍କ ନିର୍ଦ୍ଦେଶର ବୈଧତା ଉପରେ କୋର୍ଟ କିଛି କହିପାରିବେନି ଏବଂ ଜମ୍ମୁ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଂଶ ବୋଲି ପ୍ରଧାନ ବିଚାରପତି କହିଛନ୍ତି। କୋର୍ଟ କହିଛନ୍ତି, ଧାରା ୩୭୦ ଏକ ଅସ୍ଥାୟୀ ପ୍ରାବଧାନ ଏବଂ ଏହା ଏକ ଅନ୍ତରିମ ପ୍ରକ୍ରିୟା ରୂପେ କାମ କରିଛି। ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ସଂଜୟ କିଶନ କୌଲ, ସଂଜୀବ ଖାନ୍ନା, ବିଆର୍ ଗୱାଇ, ସୂର୍ଯ୍ୟ କାନ୍ତଙ୍କ ଖଣ୍ଡପୀଠ ଆଜି ଏହି ରାୟ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଧାରା ୩୭୦ ଉଚ୍ଛେଦକୁ ଚ୍ୟାଲେଂଜ କରି ହୋଇଥିବା ଆବେଦନ ଉପରେ ଗତ ଅଗଷ୍ଟ ୨, ୨୦୨୩ରୁ ଶୁଣାଣି ଆରମ୍ଭ ହୋଇଥିଲା ଏବଂ କୋର୍ଟ ଉକ୍ତ ମାମଲା ଉପରେ ଶୁଣାଣି ଶେଷ କରି ସେପ୍ଟେମ୍ବର ୫ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ।




