ଧାରା ୩୭୦ ଉଚ୍ଛେଦକୁ ବୈଧ ଘୋଷଣା ଆବେଦନ ସୁପ୍ରିମକୋର୍ଟରେ ଖାରଜ

ନୂଆଦି: କେନ୍ଦ୍ର ସରକାରଙ୍କ ପକ୍ଷରୁ ଧାରା ୩୭୦ ଉଚ୍ଛେଦକୁ ସାମ୍ବିଧାନିକ ଦୃଷ୍ଟିରୁ ବୈଧ ଘୋଷଣା ଦାବି‌ରେ ସୁପ୍ରିମକୋର୍ଟରେ ହୋଇଥିବା ଏକ ଆବେଦନ ଖାରଜ ‌ହୋଇଯାଇଛି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠ ଏହି ଆବେଦନ ଖାରଜ କରିଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି, ଅଦାଲତ କେନ୍ଦ୍ରର ନିଷ୍ପତ୍ତି ସଂପର୍କରେ ଏ ପ୍ରକାର ଘୋଷଣା କରିପାରିବେ ନାହିଁ। ଅଦାଲତ ଏହା ମଧ୍ୟ ଦର୍ଶାଇଥିଲେ ସାମ୍ବିଧାନିକ ବୈଧତା ସଂପର୍କରେ ସମ୍ବିଧାନ ପୀଠ ବିଚାର କରୁଛି। ଏଥିସହିତ ଖଣ୍ଡପୀଠ କହିଥିଲେ ଏହା କି ପ୍ରକାର […]

Samaya Live Picture
Published On

ନୂଆଦି: କେନ୍ଦ୍ର ସରକାରଙ୍କ ପକ୍ଷରୁ ଧାରା ୩୭୦ ଉଚ୍ଛେଦକୁ ସାମ୍ବିଧାନିକ ଦୃଷ୍ଟିରୁ ବୈଧ ଘୋଷଣା ଦାବି‌ରେ ସୁପ୍ରିମକୋର୍ଟରେ ହୋଇଥିବା ଏକ ଆବେଦନ ଖାରଜ ‌ହୋଇଯାଇଛି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠ ଏହି ଆବେଦନ ଖାରଜ କରିଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି, ଅଦାଲତ କେନ୍ଦ୍ରର ନିଷ୍ପତ୍ତି ସଂପର୍କରେ ଏ ପ୍ରକାର ଘୋଷଣା କରିପାରିବେ ନାହିଁ। ଅଦାଲତ ଏହା ମଧ୍ୟ ଦର୍ଶାଇଥିଲେ ସାମ୍ବିଧାନିକ ବୈଧତା ସଂପର୍କରେ ସମ୍ବିଧାନ ପୀଠ ବିଚାର କରୁଛି। ଏଥିସହିତ ଖଣ୍ଡପୀଠ କହିଥିଲେ ଏହା କି ପ୍ରକାର ଆବେଦନ? ଧାରା ୩୭୦ ଉଚ୍ଛେଦ ବୈଧ ବୋଲି ଅଦାଲତ ଘୋଷଣା କରୁ ବୋଲି ଆପଣ ଚାହୁଛନ୍ତି। ଆପଣଙ୍କ ଆବେଦନ ଉପରେ ଆମେ କାହିଁକି ଏଭଳି ଘୋଷଣାନାମା ଦେବୁ? ଖଣ୍ଡପୀଠ ଆବେଦନକାରୀଙ୍କ ଓକିଲଙ୍କୁ ଏଭଳି ପ୍ରଶ୍ନ କରିଥିଲେ। ବିଚାରପତି ଜେବି ପାର୍ଦ୍ଦିୱାଲା ଏବଂ ବିଚାରପତି ମନୋଜ ମିଶ୍ର ଏହି ଖଣ୍ଡପୀଠରେ ଥିଲେ।

Tags: