ଧର୍ମ ଭିତ୍ତିକ ସଂରକ୍ଷଣ ପାଇଁ ଇଣ୍ଡି ମେଣ୍ଟ ସମ୍ବିଧାନ ବଦଳାଇଦେବ : ମୋଦୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ପୂର୍ବାଞ୍ଚଳ କ୍ଷେତ୍ର ଘୋସିରେ ଏକ ନିର୍ବାଚନ ରାଲି କରି ଇଣ୍ଡି ମେଣ୍ଟ ବିରୋଧରେ ବର୍ଷିଛନ୍ତି। ଧର୍ମ ଆଧାରରେ ସଂରକ୍ଷଣ ଦେବା ପାଇଁ ଇଣ୍ଡି ମେଣ୍ଟ ସମ୍ବିଧାନକୁ ବଦଳାଇଦେବ ବୋଲି ମୋଦୀ କହିଛନ୍ତି। ମୋଦୀ କହିଛନ୍ତି, ସେମାନେ ଏସ୍ସି, ଏସ୍ଟି, ଓବିସିଙ୍କୁ ଦିଆଯାଇଥିବା ସଂରକ୍ଷଣ ବନ୍ଦ କରି ମୁସଲମାନମାନଙ୍କୁ ଦେବା ପାଇଁ ମନ ସ୍ଥିର କରିସାରିଛନ୍ତି। ଇଣ୍ଡି ମେଣ୍ଟ ବିଭିନ୍ନ ଜାତିକୁ ପରସ୍ପର ମଧ୍ୟରେ ଲଢ଼େଇ କରାଇ ସେଥିରୁ […]
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ପୂର୍ବାଞ୍ଚଳ କ୍ଷେତ୍ର ଘୋସିରେ ଏକ ନିର୍ବାଚନ ରାଲି କରି ଇଣ୍ଡି ମେଣ୍ଟ ବିରୋଧରେ ବର୍ଷିଛନ୍ତି। ଧର୍ମ ଆଧାରରେ ସଂରକ୍ଷଣ ଦେବା ପାଇଁ ଇଣ୍ଡି ମେଣ୍ଟ ସମ୍ବିଧାନକୁ ବଦଳାଇଦେବ ବୋଲି ମୋଦୀ କହିଛନ୍ତି। ମୋଦୀ କହିଛନ୍ତି, ସେମାନେ ଏସ୍ସି, ଏସ୍ଟି, ଓବିସିଙ୍କୁ ଦିଆଯାଇଥିବା ସଂରକ୍ଷଣ ବନ୍ଦ କରି ମୁସଲମାନମାନଙ୍କୁ ଦେବା ପାଇଁ ମନ ସ୍ଥିର କରିସାରିଛନ୍ତି। ଇଣ୍ଡି ମେଣ୍ଟ ବିଭିନ୍ନ ଜାତିକୁ ପରସ୍ପର ମଧ୍ୟରେ ଲଢ଼େଇ କରାଇ ସେଥିରୁ ଯଥାସମ୍ଭବ ରାଜନୈତିକ ସ୍ବାର୍ଥ ହାସଲ ପାଇଁ କାମ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସମାଜବାଦୀ ପାର୍ଟି ଏବଂ କଂଗ୍ରେସକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେମାନେ ବର୍ଷ ବର୍ଷ ଧରି ପୂର୍ବାଞ୍ଚଳକୁ ଅବହେଳା କରିଛନ୍ତି ଏବଂ ଏହାକୁ ମାଫିଆ, ଦାରିଦ୍ର୍ୟ ଏବଂ ଅସହାୟତା ଅଞ୍ଚଳରେ ପରିଣତ କରିଛନ୍ତି। ସମାଜବାଦୀ ପାର୍ଟି ଓ ଇଣ୍ଡି ମେଣ୍ଟ କେବଳ ବିଭାଜନ ଓ ବିଭ୍ରାନ୍ତି ଆଧାରରେ ଯେନତେନ ପ୍ରକାରେ ଚଳିତ ନିର୍ବାଚନରେ ତିଷ୍ଠି ରହିବାକୁ ଉଦ୍ୟମ କରୁଛନ୍ତି ଏବଂ ଏହି ଚାଲ୍ କାମଦେବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ‘ଓବିସିର ସଂରକ୍ଷଣ ବ୍ୟବସ୍ଥା ଉପରେ ଆକ୍ରମଣ କରି ଇଣ୍ଡି ମେଣ୍ଟର ନେତାମାନେ ସମ୍ବିଧାନ ବଦଳାଇବେ ଏବଂ ଏଥିରେ ନୂଆ କରି ଲେଖିବେ ଯେ ଭାରତରେ ଧର୍ମ ଆଧାରରେ ସଂରକ୍ଷଣ ଦିଆଯିବା ଉଚିତ। ଦ୍ବିତୀୟତଃ ସେମାନେ ଏସସି, ଏସଟି, ଓବିସିଙ୍କୁ ଦିଆଯାଇଥିବା ସଂରକ୍ଷଣକୁ ବନ୍ଦ କରିଦେବାକୁ ମଧ୍ୟ ଯୋଜନା କରି ବହୁତ ବଡ଼ ଷଡ଼୍ଯନ୍ତ୍ର କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।




