ଧର୍ମାନ୍ତରଣ ବିରୋଧରେ ଆଇନ ପ୍ରସଙ୍ଗରେ ଉତ୍ତରପ୍ରଦେଶ ସରକାରଙ୍କୁ ନୋଟିସ୍ କଲେ ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ: ଧର୍ମାନ୍ତରୀକରଣ ଓ ଲଭ୍ ଜିହାଦ ବିରୋଧରେ ଆଇନ ପ୍ରଣୟନ ପ୍ରସଙ୍ଗରେ ଆଜି ସୁପ୍ରିମ୍କୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ ନୋଟିସ୍ କରିଛନ୍ତି। ରାଜ୍ୟ ସରକାର ଲଭ୍ ଜିହାଦ ଏବଂ ଧର୍ମାନ୍ତରୀକରଣ ବିରୋଧରେ ପ୍ରସ୍ତୁତ କରିଥିବା ଆଇନ ବ୍ୟକ୍ତିଗତ ସ୍ବାଧୀନତା ଏବଂ ସାମ୍ବିଧାନିକ ଅଧିକାର ଉଲ୍ଲଂଘନ କରୁଥିବା ଅଭିଯୋଗ କରି ଜଣେ ସାମାଜିକ କର୍ମୀ ରୂପରେଖା ବର୍ମା ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏହି ଆବେଦନ ଉପରେ ଆଜି କୋର୍ଟ ଶୁଣାଣି କରି ଉତ୍ତରପ୍ରଦେଶ ସରକାରଙ୍କୁ ନୋଟିସ୍ କରିଛନ୍ତି। ଏହି ମାମଲାରେ […]
ନୂଆଦିଲ୍ଲୀ: ଧର୍ମାନ୍ତରୀକରଣ ଓ ଲଭ୍ ଜିହାଦ ବିରୋଧରେ ଆଇନ ପ୍ରଣୟନ ପ୍ରସଙ୍ଗରେ ଆଜି ସୁପ୍ରିମ୍କୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ ନୋଟିସ୍ କରିଛନ୍ତି। ରାଜ୍ୟ ସରକାର ଲଭ୍ ଜିହାଦ ଏବଂ ଧର୍ମାନ୍ତରୀକରଣ ବିରୋଧରେ ପ୍ରସ୍ତୁତ କରିଥିବା ଆଇନ ବ୍ୟକ୍ତିଗତ ସ୍ବାଧୀନତା ଏବଂ ସାମ୍ବିଧାନିକ ଅଧିକାର ଉଲ୍ଲଂଘନ କରୁଥିବା ଅଭିଯୋଗ କରି ଜଣେ ସାମାଜିକ କର୍ମୀ ରୂପରେଖା ବର୍ମା ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏହି ଆବେଦନ ଉପରେ ଆଜି କୋର୍ଟ ଶୁଣାଣି କରି ଉତ୍ତରପ୍ରଦେଶ ସରକାରଙ୍କୁ ନୋଟିସ୍ କରିଛନ୍ତି। ଏହି ମାମଲାରେ ଶୁଣାଣି ଶେଷ ନହେବା ପର୍ଯ୍ୟନ୍ତ ରାଜ୍ୟ ସରକାର ସମ୍ପୃକ୍ତ ମାମଲାରେ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାପାଇଁ ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।




