ଦ୍ବିପାକ୍ଷିକ ବୈଠକରେ ସୁରକ୍ଷା ପ୍ରସଙ୍ଗ ନେଇ ଆମେରିକାର ଚିନ୍ତାି ପ୍ରକଟ ପରେ ତଦନ୍ତ କମିଟି ଗଠନ କଲେ ସରକାର
ନୂଆଦିଲ୍ଲୀ : ନିକଟରେ ଭାରତ ଏବଂ ଆମେରିକା ମଧ୍ୟରେ ହୋଇଥିବା ଏକ ଦ୍ବିପାକ୍ଷିକ ବୈଠକରେ ଆମେରିକା ସୁରକ୍ଷା ପ୍ରସଙ୍ଗରେ ଚିନ୍ତା ପ୍ରକଟ କରିଛି। ଅପରାଧୀ, ଆତଙ୍କବାଦୀଙ୍କ ମଧ୍ୟରେ ବୁଝାମଣା ନେଇ ଆମେରିକା ଚିନ୍ତା ପ୍ରକଟ କରିବାପରେ ଭାରତ ଏକ ଉଚ୍ଚ ସ୍ତରୀୟ ତଦନ୍ତ କମିଟି ଗଠନ କରିଛି। ବିଦେଶ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏକ ବିବୃତି ଜାରି କରି ଏହା କୁହାଯାଇଛି। କମିଟିର ରିପୋର୍ଟ ଆଧାରରେ ଭାରତ ସରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ ବୋଲି ବିବୃତିରେ […]
ନୂଆଦିଲ୍ଲୀ : ନିକଟରେ ଭାରତ ଏବଂ ଆମେରିକା ମଧ୍ୟରେ ହୋଇଥିବା ଏକ ଦ୍ବିପାକ୍ଷିକ ବୈଠକରେ ଆମେରିକା ସୁରକ୍ଷା ପ୍ରସଙ୍ଗରେ ଚିନ୍ତା ପ୍ରକଟ କରିଛି। ଅପରାଧୀ, ଆତଙ୍କବାଦୀଙ୍କ ମଧ୍ୟରେ ବୁଝାମଣା ନେଇ ଆମେରିକା ଚିନ୍ତା ପ୍ରକଟ କରିବାପରେ ଭାରତ ଏକ ଉଚ୍ଚ ସ୍ତରୀୟ ତଦନ୍ତ କମିଟି ଗଠନ କରିଛି। ବିଦେଶ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏକ ବିବୃତି ଜାରି କରି ଏହା କୁହାଯାଇଛି। କମିଟିର ରିପୋର୍ଟ ଆଧାରରେ ଭାରତ ସରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ ବୋଲି ବିବୃତିରେ କୁହାଯାଇଛି। ବିଦେଶ ବ୍ୟାପାର ମୁଖପାତ୍ର ଅରିନ୍ଦମ ବାଗ୍ଚି କହିଛନ୍ତି, ସୁରକ୍ଷା ପ୍ରସଙ୍ଗ ଉଭୟ ଭାରତ ଏବଂ ଆମେରିକା ପାଇଁ ଚିନ୍ତାଜନକ। ଉଭୟ ରାଷ୍ଟ୍ର ଏଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ସେ କହିଛନ୍ତି।




