ଦ୍ବିତୀୟ ବ୍ୟାଚ୍ରେ ଇସ୍ରାଏଲରୁ ଫେରିଲେ ୨୩୫ ଭାରତୀୟ
ନୂଆଦିଲ୍ଲୀ: ଇସ୍ରାଏଲରୁ ନାଗରିକଙ୍କୁ ଫେରାଇବାପାଇଁ ଗତ ଗୁରୁବାରଠାରୁ ଭାରତ’ଅପରେସନ ଅଜୟ’ ଆରମ୍ଭ କରିଛି। ଏହି ଅପରେସନ ଅଧୀନରେ ଗତ ଶୁକ୍ରବାର ପ୍ରଥମ ବ୍ୟାଚ୍ରେ ୨୧୨ ଭାରତୀୟ ଇସ୍ରାଏଲରୁ ଭାରତକୁ ଫେରିଥିବାବେଳେ ଶନିବାର ଦ୍ବିତୀୟ ବ୍ୟାଚ୍ରେ ୨୩୫ ଭାରତୀୟ ଫେରିଛନ୍ତି। ଉକ୍ତ ୨୩୫ ଭାରତୀୟଙ୍କ ମଧ୍ୟରେ ୨ ଜଣ ଶିଶୁ ଅଛନ୍ତି। କେନ୍ଦ୍ର ବିଦେଶ ବ୍ୟାପାର ଏବଂ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଡ. ରାଜକୁମାର ରଂଜନ ସିଂହ ଇସ୍ରାଏଲରୁ ଫେରିଥିବା ଭାରତୀୟଙ୍କୁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ସ୍ବାଗତ କରିଛନ୍ତି। […]
ନୂଆଦିଲ୍ଲୀ: ଇସ୍ରାଏଲରୁ ନାଗରିକଙ୍କୁ ଫେରାଇବାପାଇଁ ଗତ ଗୁରୁବାରଠାରୁ ଭାରତ’ଅପରେସନ ଅଜୟ’ ଆରମ୍ଭ କରିଛି। ଏହି ଅପରେସନ ଅଧୀନରେ ଗତ ଶୁକ୍ରବାର ପ୍ରଥମ ବ୍ୟାଚ୍ରେ ୨୧୨ ଭାରତୀୟ ଇସ୍ରାଏଲରୁ ଭାରତକୁ ଫେରିଥିବାବେଳେ ଶନିବାର ଦ୍ବିତୀୟ ବ୍ୟାଚ୍ରେ ୨୩୫ ଭାରତୀୟ ଫେରିଛନ୍ତି। ଉକ୍ତ ୨୩୫ ଭାରତୀୟଙ୍କ ମଧ୍ୟରେ ୨ ଜଣ ଶିଶୁ ଅଛନ୍ତି। କେନ୍ଦ୍ର ବିଦେଶ ବ୍ୟାପାର ଏବଂ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଡ. ରାଜକୁମାର ରଂଜନ ସିଂହ ଇସ୍ରାଏଲରୁ ଫେରିଥିବା ଭାରତୀୟଙ୍କୁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ସ୍ବାଗତ କରିଛନ୍ତି। ଇସ୍ରାଏଲରେ ଥିବା ଭାରତୀୟ ନାଗରିକଙ୍କ ମଧ୍ୟରୁ ଯେଉଁମାନେ ଭାରତକୁ ଫେରିବାକୁ ଚାହୁଛନ୍ତି ସେମାନଙ୍କର ନାଁ ପଞ୍ଜୀକରଣ କରାଯାଇଛି। ଇସ୍ରାଏଲ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଏହି କାର୍ଯ୍ୟ କରାଯାଇଛି। ଉଲ୍ଲେଖଯୋଗ୍ୟ, ଇସ୍ରାଏଲରେ ଏବେ ପ୍ରାୟ ୧୮ ହଜାର ଭାରତୀୟ ଅଛନ୍ତି। ଇସ୍ରାଏଲରେ ଯୁଦ୍ଧ ଭୟଙ୍କର ହେବାରୁ ସେମାନଙ୍କୁ ଉଦ୍ଧାର କରିବା ଜରୁରୀ ହୋଇପଡ଼ିଛି। ତେଣୁ ଭାରତ ସରକାର ସେମାନଙ୍କୁ ମାଗଣାରେ ଇସ୍ରାଏଲରୁ ସ୍ବଦେଶ ଫେରାଇ ଆଣିବା ବ୍ୟବସ୍ଥା କରିଛନ୍ତି।




