ଦ୍ବିତୀୟ ଦିନରେ ଜି-୨୦ ବୈଠକ
ଶ୍ରୀନଗର : କଡ଼ା ସୁରକ୍ଷା ମଧ୍ୟରେ କାଶ୍ମୀରର ଶ୍ରୀନଗରରେ ବହୁ ପ୍ରତିକ୍ଷୀତ ଜି-୨୦ ବୈଠକ ଆରମ୍ଭ ହୋଇଛି। ଶ୍ରୀନଗରର ସେର-ଆଇ-କାଶ୍ମୀର ଇଣ୍ଟରନେସନାଲ କନଭେନସନ ସେଣ୍ଟର (ଏସକେଆଇସିସି)ରେ ତୃତୀୟ ଜି-୨୦ ଟୁରିଜମ ୱାର୍କିଂ ଗ୍ରୁପ୍ ବୈଠକ ହେଉଛି। ଆଜି ବୈଠକର ଦ୍ବିତୀୟ ଦିନ। ଧାରା ୩୭୦ ଉଚ୍ଛେଦ ପରେ ଏହା ଜମ୍ମୁ କାଶ୍ମୀରରେ ପ୍ରଥମ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ। ମେ’ ୨୨ରୁ ୨୪ ପର୍ଯ୍ୟନ୍ତ କାଶ୍ମୀରରେ ଜି-୨୦ ବୈଠକ ଚାଲିବ। ଜି-୨୦ ବୈଠକ ପାଇଁ ସମଗ୍ର କାଶ୍ମୀରରେ ସେନା ଛାଉଣି […]
ଶ୍ରୀନଗର : କଡ଼ା ସୁରକ୍ଷା ମଧ୍ୟରେ କାଶ୍ମୀରର ଶ୍ରୀନଗରରେ ବହୁ ପ୍ରତିକ୍ଷୀତ ଜି-୨୦ ବୈଠକ ଆରମ୍ଭ ହୋଇଛି। ଶ୍ରୀନଗରର ସେର-ଆଇ-କାଶ୍ମୀର ଇଣ୍ଟରନେସନାଲ କନଭେନସନ ସେଣ୍ଟର (ଏସକେଆଇସିସି)ରେ ତୃତୀୟ ଜି-୨୦ ଟୁରିଜମ ୱାର୍କିଂ ଗ୍ରୁପ୍ ବୈଠକ ହେଉଛି। ଆଜି ବୈଠକର ଦ୍ବିତୀୟ ଦିନ। ଧାରା ୩୭୦ ଉଚ୍ଛେଦ ପରେ ଏହା ଜମ୍ମୁ କାଶ୍ମୀରରେ ପ୍ରଥମ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ। ମେ’ ୨୨ରୁ ୨୪ ପର୍ଯ୍ୟନ୍ତ କାଶ୍ମୀରରେ ଜି-୨୦ ବୈଠକ ଚାଲିବ। ଜି-୨୦ ବୈଠକ ପାଇଁ ସମଗ୍ର କାଶ୍ମୀରରେ ସେନା ଛାଉଣି ହୋଇଛି। କାଶ୍ମୀର ଏକ ଦୁର୍ଗରେ ପରିଣତ ହୋଇଛି। ଏନଏସଜି କମାଣ୍ଡୋ ଏବଂ ମାର୍କସ କମାଣ୍ଡୋ ମଧ୍ୟ ସୁରକ୍ଷା ଦାୟିତ୍ବରେ ମୁତୟନ ହୋଇଛନ୍ତି। ସୁରକ୍ଷାବାହିନୀ ଏବଂ ଗୁଇନ୍ଦା ସଂସ୍ଥା ସର୍ବାଧିକ ସତର୍କତା ଅବଲମ୍ବନ କରିଛନ୍ତି। ଜି-୨୦ ପ୍ରତିନିଧିମାନେ ଗତକାଲି ଶ୍ରୀନଗରରେ ବିମାନବନ୍ଦରରେ ପହଞ୍ଚିବାପରେ ସେମାନଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଜି କିଶାନ ରେଡ୍ଡି ଶ୍ରୀନଗର ବିମାନବନ୍ଦରରେ ଅତିଥିମାନଙ୍କୁ ସ୍ବାଗତ କରାଯାଇଥିଲା। ସମସ୍ତ ଜି-୨୦ ପ୍ରତିନିଧିଙ୍କ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସେମାନଙ୍କୁ ବୁଲେଟ ପ୍ରୁଫ୍ ଗାଡ଼ି, ଜାମର, ଆମ୍ବୁଲାନ୍ସ ଦିଆଯାଇଛି। ୧୫୦ରୁ ଅଧିକ ଅଂଶଗ୍ରହଣକାରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ତେବେ ଚୀନ୍, ତୁର୍କୀ ଏବଂ ସାଉଦି ଆରବ ଜି-୨୦ ବୈଠକରେ ଯୋଗ ଦେଇନାହାନ୍ତି। ଜି-୨୦ ବୈଠକର ପ୍ରଥମ ଦିନରେ ‘ଫିଲ୍ମ ଟୁରିଜିମ ଫର ଇକୋନୋମିକ ଗ୍ରୋଥ୍ ଆଣ୍ଡ କଲଚରାଲ ପ୍ରିଜର୍ବେସନ୍’ରେ ବିଦେଶ ପ୍ରତିନିଧିମାନେ ଯୋଗ ଦେଇଥିଲେ। ଆଜି ଜି-୨୦ ପ୍ରତିନିଧିମାନେ ଏସକେଆଇସିସିରେ ବିଭିନ୍ନ ଅଧିବେଶନରେ ଯୋଗ ଦେବେ। କାଶ୍ମୀରର ନିଶାତ ଗାର୍ଡେନ, ଚେସମା ସାହି, ପରି ମହଲ, କାଶ୍ମୀର ଆର୍ଟସ ଏମ୍ପୋରିୟମ ଏବଂ ପୋଲୋ ଭିଉ ମାର୍କେଟ୍ ବୁଲିବେ। ଆଜି ଏକ ରାତ୍ରି ଭୋଜନର ଆୟୋଜନ କରାଯାଇଛି। ଆସନ୍ତାକାଲି ଜି-୨୦ର ମୁଖ୍ୟ କାର୍ଯ୍ୟକ୍ରମ ଅଛି।




