ଦ୍ବିତୀୟ ତାଲିକା ପାଇଁ ବିଜେପିର ରାତି ଅଧିଆ ମାରାଥନ୍ ବୈଠକ, ଚଳିତ ସପ୍ତାହାନ୍ତରେ ଆସିବ ଦ୍ବିତୀୟ ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ: ୧୫୦ଟି ଗୁରୁତ୍ବପୂର୍ଣ୍ଣ ଆସନରେ ପ୍ରାର୍ଥୀ ଚୟନ କରିବାପାଇଁ ବିଜେପି ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ପ୍ରାୟ ୬ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ମାରାଥନ ବୈଠକ କରିଥିଲା। ତେବେ ବିଜେପିର ନିର୍ବାଚନ କମିଟି ବୈଠକ ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ଏବଂ ଚଳିତ ସପ୍ତାହାନ୍ତରେ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରାଯିବ। ପ୍ରଥମ ତାଲିକାରେ ୧୯୫ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଥିଲା। ବିଜେପିର କୋର୍ କମିଟି ଏବେ ୮ଟି ରାଜ୍ୟରେ ଅଛନ୍ତି। ଏହି ୮ଟି […]

Samaya Live Picture
Published On

ନୂଆଦିଲ୍ଲୀ: ୧୫୦ଟି ଗୁରୁତ୍ବପୂର୍ଣ୍ଣ ଆସନରେ ପ୍ରାର୍ଥୀ ଚୟନ କରିବାପାଇଁ ବିଜେପି ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ପ୍ରାୟ ୬ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ମାରାଥନ ବୈଠକ କରିଥିଲା। ତେବେ ବିଜେପିର ନିର୍ବାଚନ କମିଟି ବୈଠକ ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ଏବଂ ଚଳିତ ସପ୍ତାହାନ୍ତରେ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରାଯିବ। ପ୍ରଥମ ତାଲିକାରେ ୧୯୫ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଥିଲା। ବିଜେପିର କୋର୍ କମିଟି ଏବେ ୮ଟି ରାଜ୍ୟରେ ଅଛନ୍ତି। ଏହି ୮ଟି ରାଜ୍ୟ ମଧ୍ୟରେ ହରିୟାଣା ,କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ରାଜସ୍ଥାନ ରହିଛି। ଗତ ରାତିରେ ହୋଇଥିବା ବୈଠକକ ଏକ ଗୁରୁତ୍ବପୂର୍ଣ୍ଣ ଦିଗ ଥିଲା ମହାରାଷ୍ଟ୍ରରେ ବିଜେପି, ଶିବସେନା ଏବଂ ଏନସିପି ମଧ୍ୟରେ ଆସନ ବୂଝାମଣା। ବିଜେପିର ମହାରାଷ୍ଟ୍ର କୋର୍ କମିଟି ଆସନ ବୁଝାମଣା ନେଇ ନିଷ୍କର୍ସରେ ପହଞ୍ଚିଥିବା ଜଣାପଡ଼ିଛି। ନିଷ୍ପତ୍ତି ଅନୁଯାୟୀ ବିଜେପି ମହାରାଷ୍ଟ୍ରରେ ୪୮ ଆସନରୁ ୩୨ ଆସନରେ ଲଢ଼ିବ ଏବଂ ଏକନାଥ ସିନ୍ଦେ ନେତୃତ୍ବାଧୀନ ଶିବସେନା ଦଳ ୧୨ଟି ଆସନରେ ଏବଂ ଅଜିତ ପାୱାରଙ୍କ ନେତୃତ୍ବାଧୀନ ଏନସିପି ଦଳ ୪ଟି ଆସନରେ ଲଢ଼ିବ। ମିଳିଥିବା ସୂଚନାନୁଯାୟୀ କେନ୍ଦ୍ର ମନ୍ତ୍ରୀ ଏବଂ ବରିଷ୍ଠ ବିଜେପି ନେତା ନୀତିନ ଗଡ଼କରୀ ତୃତୀୟ ଥର ପାଇଁ ନାଗପୁରରୁ ନିର୍ବାଚନ ଲଢ଼ିପାରନ୍ତି। ବିଜେପିର ଜାତୀୟ ସଚିବ ତଥା ବରିଷ୍ଠ ବିଜେପି ନେତା ସ୍ବର୍ଗତ ଗୋପିନାଥ ମୁଣ୍ଡେଙ୍କ ଝିଅ ପଙ୍କଜା ମୁଣ୍ଡେଙ୍କୁ ମଧ୍ୟ ଟିକେଟ ମିଳିପାରେ। ରାଜ୍ୟ ବିଜେପି ମୁଖ୍ୟ ଚନ୍ଦ୍ରଶେଖର ବୱନକୁଲେ ୱାର୍ଧା ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ି ପାରନ୍ତି।

Tags: