ଦୈନିକ ସଂକ୍ରମଣ ୪ ହଜାର ମୁହାଁ

ନୂଆଦିଲ୍ଲୀ, ୨/୪ : ଦେଶରେ ଗତ ୨୪ ଘଣ୍ଟାରେ ୩,୮୨୪ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଏହା ଚଳିତ ବର୍ଷର ସର୍ବାଧିକ ସଂକ୍ରମଣ। ଏଥିସହ ଦେଶରେ ସକ୍ରିୟ ସଂକ୍ରମଣ ମାମଲା ୧୮,୩୮୯ରେ ପହଞ୍ଚିଛି। ସକ୍ରିୟ ସଂକ୍ରମଣ ଚିନ୍ତା ବଢ଼ାଇଲାଣି। ଅନ୍ୟପ‌କ୍ଷେ ଦେଶରେ ଦୈନିକ ସଂକ୍ରମଣ ୪ ହଜାର ମୁହାଁ ହୋଇଛି। ଗତ କିଛି ଦିନ ଧରି ‌ଦେଶରେ ସଂକ୍ରମଣ ବଢ଼ିବାରେ ଲାଗିଛି। ସକ୍ରିୟ ମାମଲା ମୋଟ୍‌ ସଂକ୍ରମଣ ମାମଲାର ୦.୦୪ ପ୍ରତିଶତ। ଦେଶରେ ଆରୋଗ୍ୟ ହାର […]

Samaya Live Picture
Published On

ନୂଆଦିଲ୍ଲୀ, ୨/୪ : ଦେଶରେ ଗତ ୨୪ ଘଣ୍ଟାରେ ୩,୮୨୪ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଏହା ଚଳିତ ବର୍ଷର ସର୍ବାଧିକ ସଂକ୍ରମଣ। ଏଥିସହ ଦେଶରେ ସକ୍ରିୟ ସଂକ୍ରମଣ ମାମଲା ୧୮,୩୮୯ରେ ପହଞ୍ଚିଛି। ସକ୍ରିୟ ସଂକ୍ରମଣ ଚିନ୍ତା ବଢ଼ାଇଲାଣି। ଅନ୍ୟପ‌କ୍ଷେ ଦେଶରେ ଦୈନିକ ସଂକ୍ରମଣ ୪ ହଜାର ମୁହାଁ ହୋଇଛି। ଗତ କିଛି ଦିନ ଧରି ‌ଦେଶରେ ସଂକ୍ରମଣ ବଢ଼ିବାରେ ଲାଗିଛି। ସକ୍ରିୟ ମାମଲା ମୋଟ୍‌ ସଂକ୍ରମଣ ମାମଲାର ୦.୦୪ ପ୍ରତିଶତ। ଦେଶରେ ଆରୋଗ୍ୟ ହାର ୯୮.୭୭ ପ୍ରତିଶତ। ଗତ ୨୪ ଘଣ୍ଟାରେ ଦେଶରେ ୪ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦିଲ୍ଲୀ, ହରିୟାଣା, କେରଳ ଏବଂ ରାଜସ୍ଥାନରେ ଗୋଟିଏ ଲେଖା‌ଏଁ କରୋନା ମୃତ୍ୟୁ ହୋଇଛି। ସଂକ୍ରମଣ ବଢ଼ିବାରୁ କିଛି ରାଜ୍ୟରେ ପୁଣିଥରେ ଫେସମାସ୍କ ବାଧ୍ୟତାମୂଳକ କରାଯାଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ‘ହୁ’ ଗତକାଲି ବିପଦ ଶ୍ରେଣୀରେ ଥିବା ସମସ୍ତ ଲୋକଙ୍କୁ ଅତିରିକ୍ତ ବୁଷ୍ଟର ଡୋଜ୍ ନେବାକୁ ପରାମର୍ଶ କରିଛନ୍ତି।

Tags: