ଦୈନିକ ପଜିଟିଭ ହାର ୬.୯୧ ପ୍ରତିଶତ
ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୫,୮୮୦ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଦେଶରେ ସକ୍ରିୟ ସଂକ୍ରମଣ ୩୫ ହଜାର ଟପିଯାଇଛି। ମୋଟ୍ ସକ୍ରିୟ ସଂକ୍ରମଣ ସଂଖ୍ୟା ୩୫,୧୯୯। ଦେଶରେ ଦୈନିକ ପଜିଟିଭ ହାର ୬.୯୧ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ ହାର ୩.୬୭ ପ୍ରତିଶତ। ମୋଟ୍ ୪୪,୧୯୬,୩୧୮ ଜଣ କରୋନାରୁ ସୁସ୍ଥ ହେଲେଣି। ଦେଶରେ ଆରୋଗ୍ୟ ହାର ୯୮.୭୪ ପ୍ରତିଶତ। ଗତ ୨୪ ଘଣ୍ଟାରେ ୧୪ ଜଣଙ୍କ କରୋନାରେ ମୃତ୍ୟୁ ହେବା ସହ ଦେଶରେ […]
ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୫,୮୮୦ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଦେଶରେ ସକ୍ରିୟ ସଂକ୍ରମଣ ୩୫ ହଜାର ଟପିଯାଇଛି। ମୋଟ୍ ସକ୍ରିୟ ସଂକ୍ରମଣ ସଂଖ୍ୟା ୩୫,୧୯୯। ଦେଶରେ ଦୈନିକ ପଜିଟିଭ ହାର ୬.୯୧ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ ହାର ୩.୬୭ ପ୍ରତିଶତ। ମୋଟ୍ ୪୪,୧୯୬,୩୧୮ ଜଣ କରୋନାରୁ ସୁସ୍ଥ ହେଲେଣି। ଦେଶରେ ଆରୋଗ୍ୟ ହାର ୯୮.୭୪ ପ୍ରତିଶତ। ଗତ ୨୪ ଘଣ୍ଟାରେ ୧୪ ଜଣଙ୍କ କରୋନାରେ ମୃତ୍ୟୁ ହେବା ସହ ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୫୩,୦୯,୭୯କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ୨୦୫ ଡୋଜ କରୋନା ଟିକାକରଣ ହୋଇଛି। ମୋଟ୍ ଟିକାକରଣ ସଂଖ୍ୟା ୨୨୦,୬୬,୨୩,୫୨୭। ଗତକାଲି ୮୫,୦୭୬ କରୋନା ଟେଷ୍ଟ୍ କରାଯାଇଛି। କରୋନା ସଂକ୍ରମଣ ବଢ଼ୁଥିବାରୁ ଦେଶରେ ପୁଣି କରୋନା କଟକଣା ଫେରିଛି। ଦେଶରେ ୩ଟି ରାଜ୍ୟରେ ମାସ୍କ ବାଧ୍ୟତାମୂଳକ କରାଯାଇଛି।




