ଦେଶର ସର୍ବକନିଷ୍ଠ ଅଙ୍ଗଦାତା , ୩ ଶିଶୁଙ୍କୁ ନୂଆ ଜୀବନ ଦେଲା ୫ ଦିନର ଶିଶୁ
ସୁରଟ: ଗୁଜରାଟର ସୁରଟରେ ଜଣେ ୫ ଦିନର ବ୍ରେନ ଡେଡ୍ ଶିଶୁ ଅନ୍ୟ ୩ ଜଣ ଶିଶୁଙ୍କର ଜୀବନ ବଞ୍ଚାଇ ହିରୋ ପାଲଟିଯାଇଛି। ତାକୁ କୁହାଯାଉଛି ଦେଶର ସର୍ବକନିଷ୍ଠ ଅଙ୍ଗଦାତା। ଏହି କୁନି ହିରୋ ଅକ୍ଟୋବର ୧୩ ତାରିଖରେ ସୁରଟର ଏକ ଘରୋଇ ହସ୍ପିଟାଲରେ ଜନ୍ମ ହୋଇଥିଲା। କିନ୍ତୁ ଶିଶୁର ବାପା ମା’ଙ୍କ ଖୁସି ଖୁବ୍ କମ୍ ସମୟ ପାଇଁ ଥିଲା। କାରଣ ଜନ୍ମ ହେବାପରେ ଶିଶୁଟି ଗୋଡ଼ ହାତ ହଲାଉ ନଥିଲା କି କାନ୍ଦୁ ନଥିଲା। […]
ସୁରଟ: ଗୁଜରାଟର ସୁରଟରେ ଜଣେ ୫ ଦିନର ବ୍ରେନ ଡେଡ୍ ଶିଶୁ ଅନ୍ୟ ୩ ଜଣ ଶିଶୁଙ୍କର ଜୀବନ ବଞ୍ଚାଇ ହିରୋ ପାଲଟିଯାଇଛି। ତାକୁ କୁହାଯାଉଛି ଦେଶର ସର୍ବକନିଷ୍ଠ ଅଙ୍ଗଦାତା। ଏହି କୁନି ହିରୋ ଅକ୍ଟୋବର ୧୩ ତାରିଖରେ ସୁରଟର ଏକ ଘରୋଇ ହସ୍ପିଟାଲରେ ଜନ୍ମ ହୋଇଥିଲା। କିନ୍ତୁ ଶିଶୁର ବାପା ମା’ଙ୍କ ଖୁସି ଖୁବ୍ କମ୍ ସମୟ ପାଇଁ ଥିଲା। କାରଣ ଜନ୍ମ ହେବାପରେ ଶିଶୁଟି ଗୋଡ଼ ହାତ ହଲାଉ ନଥିଲା କି କାନ୍ଦୁ ନଥିଲା। ତାକୁ ତୁରନ୍ତ ସୁରଟର ଅନ୍ୟ ଏକ ହସ୍ପିଟାଲ ନିଆଯାଇ ଭେଣ୍ଟିଲେଟରରେ ରଖାଯାଇଥିଲା। ସମସ୍ତ ଉଦ୍ୟମ ସତ୍ତ୍ବେ ଶିଶୁର ସ୍ବାସ୍ଥ୍ୟାବସ୍ଥାରେ କୌଣସି ପରିବର୍ତ୍ତନ ହୋଇନଥିଲା। ଶେଷରେ ଡାକ୍ତରମାନେ ଶିଶୁକୁ ବ୍ରେନ୍ ଡେଡ୍ ଘୋଷଣା କଲେ। ଉକ୍ତ ଶିଶୁ ସଂକ୍ରାନ୍ତରେ ଖବର ପାଇ ଜୀବନଦୀପ ଅଙ୍ଗଦାନ ପ୍ରତିଷ୍ଠାନ (ଜେଓଡିଏଫ୍)ର ପରିଚାଳନା ଟ୍ରଷ୍ଟି ବିପୁଲ ତଲବିୟ ଏବଂ ରାଜ୍ୟ ପରିଚାଳିତ ଏକ ନୂଆ ସିଭିଲ୍ ହସ୍ପିଟାଲର ଜଣେ ଡାକ୍ତର ଶିଶୁଟି ଚିକିତ୍ସାଧୀନ ଥିବା ହସ୍ପିଟାଲରେ ପହଞ୍ଚିଥିଲେ। ଶିଶୁର ବାପା ହର୍ଷ ସଙ୍ଘାନୀ ଏବଂ ମା’ ଚେତନାଙ୍କୁ ସେମାନେ ଶିଶୁର ଅଙ୍ଗଦାନ କରିବାପାଇଁ ବୁଝାଇଥିଲେ। ନିଜ ପିଲା ପାଇଁ ଅନ୍ୟ କିଛି ପିଲାଙ୍କ ଜୀବନ ବଞ୍ଚିଯିବ ବୋଲି ଜାଣିବାପରେ ହର୍ଷ ଏବଂ ତାଙ୍କ ଅନ୍ୟ ପରିବାର ସଦସ୍ୟ ଏଥିପାଇଁ ଅନୁମତି ଦେଇଥିଲେ। ପରିବାର ସଦସ୍ୟଙ୍କ ସହମତି ମିଳିବାପରେ ପିପି ସବାନି ହସ୍ପିଟାଲର ଡାକ୍ତର ଶିଶୁଟିର ୨ଟି କିଡନି, ୨ଟି ଆଖି, ଲିଭର ଏବଂ ଶରୀରର ପ୍ଲିହା ସଂଗ୍ରହ କରିଥିଲେ। ଗୁଜରାଟ ଷ୍ଟେଟ୍ ଅର୍ଗାନ ଆଣ୍ଡ ଟିସୁ ଟ୍ରାନ୍ସପ୍ଲାଣ୍ଟ୍ ଅର୍ଗାନାଇଜେସନ୍ (ଏସ୍ଓଟିଟିଓ)ର ନିର୍ଦ୍ଦେଶ ଅନୁଯାୟୀ ଶିଶୁର କର୍ନିଆକୁ ସୁରଟ ଆଇ ବ୍ୟାଙ୍କରେ ଦାନ କରାଯାଇଥିଲା। କିଡନି ଏବଂ ସ୍ପ୍ଲିନ ତୁରନ୍ତ ଅହମଦାବାଦର ଇନଷ୍ଟିଚ୍ୟୁଟ୍ ଅଫ୍ କିଡନି ଡିଜିଜ୍ ଆଣ୍ଡ ରିସର୍ଚ୍ଚ ସେଣ୍ଟର (ଆଇକେଡିଆର୍ସି) ପଠାଯାଇଥିଲା। ସେହିପରି ଶିଶୁର ଲିଭର୍ ନୂଆଦିଲ୍ଲୀର ଏକ ହସ୍ପିଟାଲ ପଠାଯାଇଥିଲା। ଆଇକେଡିଆର୍ସିର ନିର୍ଦ୍ଦେଶକ ଡା ବିନୀତ ମିଶ୍ର ଗୁରୁବାର ସ୍ପଷ୍ଟ କରିଛନ୍ତି ଯେ ଶିଶୁର ୨ଟି କିଡନି ୧୩ ଏବଂ ୧୫ ବର୍ଷର ୨ ଜଣ ଶିଶୁଙ୍କ ଜୀବନ ବଞ୍ଚାଇଛି। ଶିଶୁର ଲିଭର୍ ନୂଆଦିଲ୍ଲୀରେ ଜଣେ ୯ ମାସର ଶିଶୁ ଶରୀରରେ ପ୍ରତିରୋପଣ କରାଯାଇଛି।




