ଦେଶରେ ୨୪ ଘଣ୍ଟାରେ ୬ କରୋନା ମୃତ୍ୟୁ, ସକ୍ରିୟ ମାମଲା ୭ ହଜାର ଟପିଲା
ନୂଆଦିଲ୍ଲୀ : ଦେଶରେ ସକ୍ରିୟ କରୋନା ମାମଲା ୭ ହଜାର ଟପିଯାଇଛି। ଗତ ୨୪ ଘଣ୍ଟାରେ ଦେଶରେ ୩୦୬ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହେବା ସହ ଦେଶରେ ମୋଟ୍ ସକ୍ରିୟ ମାମଲା ୭,୧୨୧ ପହଞ୍ଚିଛି। କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ଦେଶରେ ଗତ ୨୪ ଘଣ୍ଟାରେ ୬ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। କେରଳରେ ୩ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବାବେଳେ କର୍ଣ୍ଣାଟକରେ ୨ ଜଣ ଏବଂ ମହାରାଷ୍ଟ୍ରରେ ଜଣଙ୍କର […]
ନୂଆଦିଲ୍ଲୀ : ଦେଶରେ ସକ୍ରିୟ କରୋନା ମାମଲା ୭ ହଜାର ଟପିଯାଇଛି। ଗତ ୨୪ ଘଣ୍ଟାରେ ଦେଶରେ ୩୦୬ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହେବା ସହ ଦେଶରେ ମୋଟ୍ ସକ୍ରିୟ ମାମଲା ୭,୧୨୧ ପହଞ୍ଚିଛି। କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ଦେଶରେ ଗତ ୨୪ ଘଣ୍ଟାରେ ୬ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। କେରଳରେ ୩ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବାବେଳେ କର୍ଣ୍ଣାଟକରେ ୨ ଜଣ ଏବଂ ମହାରାଷ୍ଟ୍ରରେ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। କେରଳରେ ଲଗାତାର ଭାବେ ସଂକ୍ରମଣ ମାମଲା ବଢ଼ି ଚାଲିଛି। ଗତ ୨୪ ଘଣ୍ଟାରେ କେରଳରେ ୧୭୦ ସଦ୍ୟ ମାମଲା ଚିହ୍ନଟ ହୋଇଛି। ଏଥିସହ କେରଳରେ ମୋଟ୍ ସକ୍ରିୟ ମାମଲା ୨,୨୨୩ ପହଞ୍ଚିଛି। ଗୁଜରାଟରେ ୧୧୪ ନୂଆ ମାମଲା ଚିହ୍ନଟ ହୋଇଥିବାବେଳେ ମୋଟ୍ ସକ୍ରିୟ ମାମଲା ଗୁଜରାଟରେ ୧୨୨୩। ସେହିପରି ଦିଲ୍ଲୀରେ ମଧ୍ୟ ସଂକ୍ରମଣ ବଢ଼ିବାରେ ଲାଗିଛି। ଦିଲ୍ଲୀରେ ସକ୍ରିୟ ସଂକ୍ରମଣ ସଂଖ୍ୟା ୭୫୭ରେ ପହଞ୍ଚିଛି।




