ଦେଶରେ ୨୪ ଘଂଟାରେ ୪୮ ହଜାର ୯୧୬ କରୋନା ଆକ୍ରାନ୍ତ ଚିହ୍ନଟ; ୭୫୭ ମୃତ

ଭୁବନେଶ୍ୱର: ଜୁଲାଇ ୨୫: ଦେଶରେ ୨୪ ଘଂଟାରେ ୪୮,୯୧୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେରିଛନ୍ତି I ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୩୬,୮୬୧ କୁ ବୃଦ୍ଧି ପାଇଛି I ସେହିପରି ଗୋଟିଏ ଦିନରେ ୭୫୭ ଜଣଙ୍କର ମୃତ୍ୟୁ ହେଇଛି ଏବଂ ମୋଟ ମୃତ୍ୟୁ ସଂଖ୍ୟା ୩୧,୩୫୮ ରେ ପହଂଚିଛି I ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ସୂଚନା ଅନୁସାରେ, ଏ ପର୍ଯ୍ୟନ୍ତ ୮,୪୯,୪୩୧ ଜଣ କରୋନା ସଂକ୍ରମିତ ସୁସ୍ଥ ହେଇସାରିଲେଣି I ଗତ ୨୪ ଘଂଟାରେ ସୁସ୍ଥ […]

Samaya Live Picture
Published On

ଭୁବନେଶ୍ୱର: ଜୁଲାଇ ୨୫: ଦେଶରେ ୨୪ ଘଂଟାରେ ୪୮,୯୧୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେରିଛନ୍ତି I ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୩୬,୮୬୧ କୁ ବୃଦ୍ଧି ପାଇଛି I ସେହିପରି ଗୋଟିଏ ଦିନରେ ୭୫୭ ଜଣଙ୍କର ମୃତ୍ୟୁ ହେଇଛି ଏବଂ ମୋଟ ମୃତ୍ୟୁ ସଂଖ୍ୟା ୩୧,୩୫୮ ରେ ପହଂଚିଛି I
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ସୂଚନା ଅନୁସାରେ, ଏ ପର୍ଯ୍ୟନ୍ତ ୮,୪୯,୪୩୧ ଜଣ କରୋନା ସଂକ୍ରମିତ ସୁସ୍ଥ ହେଇସାରିଲେଣି I ଗତ ୨୪ ଘଂଟାରେ ସୁସ୍ଥ ହେଇଛନ୍ତି ୩୨,୨୨୩ ଜଣ I ଏବେ ଦେଶରେ ସୁସ୍ଥ ହେଇଥିବା ରୋଗୀଙ୍କ ହାର ଶତକଡା ୬୩.୫୩ ରେ ପହଂଚିଛି I
ସେହିପରି, ୪,୫୬,୦୭୧ ଜଣ କରୋନା ଆକ୍ରାନ୍ତ ଏବେ ଚିକିତ୍ସାଧୀନ ଅଛନ୍ତି I
ରାଜ୍ୟମାନଙ୍କ ମଧ୍ୟରେ, ମହାରାଷ୍ଟ୍ର ରେ ମୋଟ ସଂକ୍ରାମିତଙ୍କ ସଂଖ୍ୟା ୩,୫୭,୧୧୭ ରେ ପହଁଚିଥିବା ବେଳେ, ତାମିଲନାଡୁ ରେ ୧,୯୯,୭୪୯, ଦିଲ୍ଲୀ ରେ ୧,୨୮,୩୮୯, କର୍ଣ୍ଣାଟକରେ ୮୫,୮୭୦, ଆନ୍ଧ୍ର ପ୍ରଦେଶ ରେ ୮୦,୮୫୮,ଉତ୍ତର ପ୍ରଦେଶ ରେ ୬୦, ୭୭୧, ପଶ୍ଚିମ ବଙ୍ଗଳା ରେ ୫୩,୯୭୩, ଗୁଜରାଟ ରେ ୫୩,୫୪୫ ଏବଂ ତେଲେଙ୍ଗାନା ରେ ୫୨,୪୬୬ ଜଣ କରୋନା ସଂକ୍ରମିତ ଏ ପର୍ଯ୍ୟନ୍ତ ଚିହ୍ନଟ ହେଇସାରିଲେଣି I