ଦେଶରେ ୧୫୦୦ରୁ ଅଧିକ ନୂଆ ସଂକ୍ରମଣ

ନୂଆଦିଲ୍ଲୀ, ୨୫/୩ : ଦେଶରେ ୧୫୦୦ରୁ ଅଧିକ ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୫୯୦ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ୧୪୬ ଦିନରେ ଏ‌ହା ସର୍ବାଧିକ। ୨୪ ଘଣ୍ଟାରେ ୬ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ମହାରାଷ୍ଟ୍ର‌‌ରେ ୩ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବାବେଳେ କର୍ଣ୍ଣାଟକ, ରାଜସ୍ଥାନ ଏବଂ ଉତ୍ତରାଖଣ୍ଡରେ ଜଣେ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଦେଶରେ ସକ୍ରିୟ ମାମଲା ଏବେ ୮,୬୦୧। ୬ ନୂଆ […]

Samaya Live Picture
Published On

ନୂଆଦିଲ୍ଲୀ, ୨୫/୩ : ଦେଶରେ ୧୫୦୦ରୁ ଅଧିକ ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୫୯୦ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ୧୪୬ ଦିନରେ ଏ‌ହା ସର୍ବାଧିକ। ୨୪ ଘଣ୍ଟାରେ ୬ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ମହାରାଷ୍ଟ୍ର‌‌ରେ ୩ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବାବେଳେ କର୍ଣ୍ଣାଟକ, ରାଜସ୍ଥାନ ଏବଂ ଉତ୍ତରାଖଣ୍ଡରେ ଜଣେ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଦେଶରେ ସକ୍ରିୟ ମାମଲା ଏବେ ୮,୬୦୧। ୬ ନୂଆ ମୃତ୍ୟୁ ସହ ଦେଶରେ ମୋଟ୍‌ ମୃତ୍ୟୁ ସଂଖ୍ୟା ୫,୩୦,୮୨୪‌ରେ ପହଞ୍ଚିଛି। ତେବେ ଦେଶରେ ‌ଦୈନିକ ହାରାହାରି ସଂକ୍ରମଣ ଗତ ୫ ମାସ ମଧ୍ୟ‌ରେ ୯ ଗୁଣା ବୃଦ୍ଧି ପାଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି। ଦେଶରେ ଦୈନିକ ପଜିଟିଭ୍‌ ହାର ୧.୩୩ ପ୍ରତିଶତ। ସାପ୍ତାହିକ ପଜିଟିଭ ହାର ୧.୨୩ ପ୍ରତିଶତ। ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୪,୪୭,୦୨,୨୫୭। ସକ୍ରିୟ ମାମଲା ମୋଟ୍‌ ସଂକ୍ରମଣ ମାମଲାର ୦.୦୨ ପ୍ରତିଶତ ‌। ଦେଶରେ ଦୈନିକ ଆରୋଗ୍ୟ ହାର ୯୮.୭୯ ପ୍ରତିଶତ। ମୋଟ୍‌ ୪,୪୧,୬୨,୮୩୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶରେ ଆରୋଗ୍ୟ ହାର ୧.୧୯ ପ୍ରତିଶତ।

Tags: