ଦେଶରେ ସକ୍ରିୟ ସଂକ୍ରମଣ ୩୦ ହଜାର ତଳକୁ ଖସିଲା

ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୩୮୦ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ସକ୍ରିୟ ସଂକ୍ରମଣ ୩୦ ହଜାର ତଳକୁ ଖସି ଆସିଛି। ଗତକାଲି ଦେଶରେ ସକ୍ରିୟ ସଂକ୍ରମଣ ୩୦,୦୪୧ ଥିବାବେଳେ ଆଜି ସକ୍ରିୟ ସଂକ୍ରମଣ ୨୭,୨୧୨ରେ ପହଞ୍ଚିଛି। ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪.୪୯ କୋଟି ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୧୫ ଜଣଙ୍କ କରୋନାରେ ମୃତ୍ୟୁ ହେବା ସହ ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୫,୩୧,୬୫୯ରେ ପହଞ୍ଚିଛି। ସକ୍ରିୟ ମାମଲା ମୋଟ୍ […]

Samaya Live Picture
Published On

ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୩୮୦ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ସକ୍ରିୟ ସଂକ୍ରମଣ ୩୦ ହଜାର ତଳକୁ ଖସି ଆସିଛି। ଗତକାଲି ଦେଶରେ ସକ୍ରିୟ ସଂକ୍ରମଣ ୩୦,୦୪୧ ଥିବାବେଳେ ଆଜି ସକ୍ରିୟ ସଂକ୍ରମଣ ୨୭,୨୧୨ରେ ପହଞ୍ଚିଛି। ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪.୪୯ କୋଟି ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୧୫ ଜଣଙ୍କ କରୋନାରେ ମୃତ୍ୟୁ ହେବା ସହ ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୫,୩୧,୬୫୯ରେ ପହଞ୍ଚିଛି। ସକ୍ରିୟ ମାମଲା ମୋଟ୍ ସଂକ୍ରମଣ ମାମଲାର ୦.୦୬ ପ୍ରତିଶତ ଏବଂ ଦେଶରେ ଆରୋଗ୍ୟ ହାର ୯୮.୭୫ ପ୍ରତିଶତ। ମୋଟ୍ ୪,୪୪,୧୦,୭୩୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶରେ ମୃତ୍ୟୁହାର ୧.୧୮ ପ୍ରତିଶତ।

Tags: