ଦେଶରେ ସକ୍ରିୟ ମାମଲା ୧୮ ହଜାର

ନୂଆଦିଲ୍ଲୀ : ଦେଶରେ ସଂକ୍ରମଣ ମାମଲା ଲଗାତାର ଭାବେ କମୁଛି। ଗତ ୨୪ ଘଣ୍ଟାରେ ଦେଶରେ ୧୫୮୦ ନୂଣଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଦେଶରେ ସକ୍ରିୟ ମାମଲା ଆଜି ୧୮,୦୦୯ ରହିଛି। ଗତକାଲି ଦେଶରେ ସକ୍ରିୟ ମାମଲା ୧୯,୬୧୩ ଥିଲା। ଦେଶରେ ମୋଟ ୪,୪୯,୭୬,୫୯୯ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ୨୪ ଘଣ୍ଟାରେ ୧୨ ଜଣଙ୍କ କରୋନାରେ ମୃତ୍ୟୁ ହେବା ସହ ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୫,୩୧,୭୫୩ରେ ପହଞ୍ଚିଛି। ସକ୍ରିୟ ମାମଲା ମୋଟ୍ ସଂକ୍ରମଣ ମାମଲାର […]

Samaya Live Picture
Published On

ନୂଆଦିଲ୍ଲୀ : ଦେଶରେ ସଂକ୍ରମଣ ମାମଲା ଲଗାତାର ଭାବେ କମୁଛି। ଗତ ୨୪ ଘଣ୍ଟାରେ ଦେଶରେ ୧୫୮୦ ନୂଣଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଦେଶରେ ସକ୍ରିୟ ମାମଲା ଆଜି ୧୮,୦୦୯ ରହିଛି। ଗତକାଲି ଦେଶରେ ସକ୍ରିୟ ମାମଲା ୧୯,୬୧୩ ଥିଲା। ଦେଶରେ ମୋଟ ୪,୪୯,୭୬,୫୯୯ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ୨୪ ଘଣ୍ଟାରେ ୧୨ ଜଣଙ୍କ କରୋନାରେ ମୃତ୍ୟୁ ହେବା ସହ ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୫,୩୧,୭୫୩ରେ ପହଞ୍ଚିଛି। ସକ୍ରିୟ ମାମଲା ମୋଟ୍ ସଂକ୍ରମଣ ମାମଲାର ୦.୦୪ ପ୍ରତିଶତ। ଦେଶରେ ଜାତୀୟ ଆରୋଗ୍ୟ ହାାର ୯୮.୭୭ ପ୍ରତିଶତ। ମୋଟ୍ ୪,୪୪,୨୮,୪୧୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶରେ ମୃତ୍ୟୁହାର ୧.୧୮ ପ୍ରତିଶତ। ୨୨୦.୬୬ କୋଟି ଡୋଜ୍ ଟିକାକରଣ କରାଯାଇଛି।

Tags: