ଦେଶରେ ସଂଖ୍ୟାଧିକ ମୁସଲମାନ ଧର୍ମାନ୍ତରିତ ହିନ୍ଦୁ: ଗୁଲାମ ନବୀ ଆଜାଦ
ଶ୍ରୀନଗର: ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିପିଏପି (ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ୍ ଆଜାଦ ପାର୍ଟି)ମୁଖ୍ୟ ଗୁଲାମ ନବୀ ଆଜାଦ କହିଛନ୍ତି, ଭାରତର ଅଧିକାଂଶ ମୁସଲମାନ ହେଉଛନ୍ତି ଧର୍ମାନ୍ତରିତ ହିନ୍ଦୁ। କାଶ୍ମୀରର ଉଦାହରଣ ଦେଇ ଆଜାଦ କହିଛନ୍ତି, ଏଠାରେ ସଂଖ୍ୟାଧିକ କାଶ୍ମୀରୀ ପଣ୍ଡିତଙ୍କୁ ଇସଲାମକୁ ଧର୍ମାନ୍ତରିତ କରାଯାଇଥିଲା। ତେବେ ରାଜନୈତିକ ଫାଇଦା ହାସଲ ପାଇଁ ଧର୍ମକୁ ବ୍ୟବହାର କରାଯିବା ଉଚିତ ନୁହେଁ ଏବଂ ଯେଉଁମାନେ ରାଜନୀତିରେ ଧର୍ମକୁ ଆଶ୍ରୟ କରନ୍ତି ସେମାନେ ଦୁର୍ବଳ। ଆଜାଦ କହିଛନ୍ତି, କେତେକ ବିଜେପି ନେତା […]
ଶ୍ରୀନଗର: ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିପିଏପି (ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ୍ ଆଜାଦ ପାର୍ଟି)ମୁଖ୍ୟ ଗୁଲାମ ନବୀ ଆଜାଦ କହିଛନ୍ତି, ଭାରତର ଅଧିକାଂଶ ମୁସଲମାନ ହେଉଛନ୍ତି ଧର୍ମାନ୍ତରିତ ହିନ୍ଦୁ। କାଶ୍ମୀରର ଉଦାହରଣ ଦେଇ ଆଜାଦ କହିଛନ୍ତି, ଏଠାରେ ସଂଖ୍ୟାଧିକ କାଶ୍ମୀରୀ ପଣ୍ଡିତଙ୍କୁ ଇସଲାମକୁ ଧର୍ମାନ୍ତରିତ କରାଯାଇଥିଲା। ତେବେ ରାଜନୈତିକ ଫାଇଦା ହାସଲ ପାଇଁ ଧର୍ମକୁ ବ୍ୟବହାର କରାଯିବା ଉଚିତ ନୁହେଁ ଏବଂ ଯେଉଁମାନେ ରାଜନୀତିରେ ଧର୍ମକୁ ଆଶ୍ରୟ କରନ୍ତି ସେମାନେ ଦୁର୍ବଳ। ଆଜାଦ କହିଛନ୍ତି, କେତେକ ବିଜେପି ନେତା କହୁଛନ୍ତି, କେତେକ (ମୁସଲମାନ) ବାହାରୁ ଆସିଛନ୍ତି ଓ ଆଉ କେତେକ ଆସିନାହାନ୍ତି। କିନ୍ତୁ କେହି ବାହାରୁ ବା ଭିତରୁ ଆସିନାହାନ୍ତି। ଇସଲାମ ୧୫୦୦ ବର୍ଷ ହେଲା ରହିଛି। ହିନ୍ଦୁଧର୍ମ ଅତି ପୁରୁଣା। ପ୍ରାୟ ୧୦-୧୫ ଜଣ (ମୁସଲମାନ) ବାହାରୁ ଆସିଥିବେ ଏବଂ କେତେକ ମୋଗଲ ସେନାରେ ଥିଲେ। ବାକି ସବୁ ମୁସଲମାନ ହେଉଛନ୍ତି ଧର୍ମାନ୍ତରିତ ହିନ୍ଦୁ । ଡୋଡା ଜିଲ୍ଲାରେ ଏକ ସମାବେଶରେ ଯୋଗ ଦେଇ ଆଜାଦ ଏହି ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ଆଜାଦ କହିଛନ୍ତି, ୬୦୦ ବର୍ଷ ତଳେ କାଶ୍ମୀରରେ କେହି ମୁସଲମାନ ନଥିଲେ। ସମସ୍ତେ କାଶ୍ମୀରୀ ପଣ୍ଡିତ ଥିଲେ। ସମସ୍ତେ ଇସଲାମକୁ ଧର୍ମାନ୍ତରିତ ହୋଇଛନ୍ତି। ହିନ୍ଦୁ ମଲେ ଶବକୁ ପୋଡ଼ି ପାଉଁଶକୁ ନଦୀରେ ଭସାଇ ଦିଆଯାଏ। ମୁସଲମାନ ମଲେ ପୋତାଯାଏ ବା କବର ଦିଆଯାଏ। ଉଭୟ ହିନ୍ଦୁ ଓ ମୁସଲମାନଙ୍କ ଦେହାବଶେଷକୁ ନେଇ ଭାରତମାତାର ମାଟି ଉର୍ବର ହୋଇଛି। ତେଣୁ ସେମାନଙ୍କ ଭିତରେ ପ୍ରଭେଦ କେଉଁଠି ରହିଲା?




