ଦେଶରେ ଲଗାତାର ୩ ଦିନ ଧରି ସଂକ୍ରମଣ କମୁଛି
ନୂଆଦିଲ୍ଲୀ: ଦେଶରେ ଲଗାତାର ୩ ଦିନ ଧରି ଦୈନିକ ସଂକ୍ରମଣ କମୁଛି। ଗତ ୨୪ ଘଣ୍ଟାରେ ଦେଶରେ ୬,୬୬୦ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଦେଶରେ ଦୈନିକ ପଜିଟିଭ ହାର ୩.୫୨ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ ହାର ୫.୪୨ ପ୍ରତିଶତ। ଗତ ୨୪ ଘଣ୍ଟାରେ ୨୪ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ପଂଜାବରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଦିଲ୍ଲୀରେ ୩ ଜଣ ମଧ୍ୟପ୍ରଦେଶ ଏବଂ କର୍ଣ୍ଣାଟକରେ ୨ ଜଣ, ବିହାର, ହରିୟାଣା, ରାଜସ୍ଥାନ […]
ନୂଆଦିଲ୍ଲୀ: ଦେଶରେ ଲଗାତାର ୩ ଦିନ ଧରି ଦୈନିକ ସଂକ୍ରମଣ କମୁଛି। ଗତ ୨୪ ଘଣ୍ଟାରେ ଦେଶରେ ୬,୬୬୦ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଦେଶରେ ଦୈନିକ ପଜିଟିଭ ହାର ୩.୫୨ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ ହାର ୫.୪୨ ପ୍ରତିଶତ। ଗତ ୨୪ ଘଣ୍ଟାରେ ୨୪ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ପଂଜାବରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଦିଲ୍ଲୀରେ ୩ ଜଣ ମଧ୍ୟପ୍ରଦେଶ ଏବଂ କର୍ଣ୍ଣାଟକରେ ୨ ଜଣ, ବିହାର, ହରିୟାଣା, ରାଜସ୍ଥାନ ଏବଂ ତାମିଲନାଡ଼ୁରେ ଗୋଟିଏ ଲେଖାଏଁ କରୋନା ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ କେରଳ ଏହାର ପୂର୍ବ ୯ଟି ମୃତ୍ୟୁକୁ ନୂଆ ତଥ୍ୟରେ ଯୋଡ଼ିଛି। ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୫,୩୧,୩୬୯। ମୃତ୍ୟୁହାର ୧.୧୮ ପ୍ରତିଶତ। ଦେଶରେ ସକ୍ରିୟ ମାମଲା ଏବେ ୬୩,୩୮୦। ଦେଶରେ ସକ୍ରିୟ ମାମଲା ମୋଟ୍ ସଂକ୍ରମଣ ମାମଲାର ୦.୧୪ ପ୍ରତିଶତ। ଦେଶରେ ଜାତୀୟ ଆରୋଗ୍ୟ ହାର ୯୮.୬୭ ପ୍ରତିଶତ।




