ଦେଶରେ ପ୍ରଥମ ଏମ୍‌ପକ୍ସ ମାମଲା ! ରୋଗୀଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ରବିବାର ଦିନ ଦେଶରେ ମଙ୍କିପକ୍ସ (ଏମ୍‌ପକ୍ସ) ଭୂତାଣୁର ପ୍ରଥମ ସନ୍ଦିଗ୍ଧ ମାମଲା ଚିହ୍ନଟ ହୋଇଥିବା ଘୋଷଣା କରିଛି। ନିକଟରେ ବିଦେଶରୁ ଫେରିଥିବା ଜଣେ ଯୁବକ ଏମ୍‌ପକ୍ସରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି ବୋଲି ମନ୍ତ୍ରାଳୟ ପକ୍ଷରୁ ଅବଗତ କରାଯାଇଛି । ତାଙ୍କ ଭ୍ରମଣ ଇତିହାସରୁ ଜଣାପଡ଼ିଛି ଯେ ଏମ୍‌ପକ୍ସ ସଂକ୍ରମଣର ସମ୍ମୁଖୀନ ହୋଇଥିବା ଏକ ଦେଶରୁ ସେ ଫେରିଛନ୍ତି। ଚିହ୍ନଟ ହୋଇଥିବା ରୋଗୀଙ୍କୁ ଏକ ନିର୍ଦ୍ଦିଷ୍ଟ ଡାକ୍ତରଖାନାରେ […]

Samaya Live Picture
Published On

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ରବିବାର ଦିନ ଦେଶରେ ମଙ୍କିପକ୍ସ (ଏମ୍‌ପକ୍ସ) ଭୂତାଣୁର ପ୍ରଥମ ସନ୍ଦିଗ୍ଧ ମାମଲା ଚିହ୍ନଟ ହୋଇଥିବା ଘୋଷଣା କରିଛି। ନିକଟରେ ବିଦେଶରୁ ଫେରିଥିବା ଜଣେ ଯୁବକ ଏମ୍‌ପକ୍ସରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି ବୋଲି ମନ୍ତ୍ରାଳୟ ପକ୍ଷରୁ ଅବଗତ କରାଯାଇଛି । ତାଙ୍କ ଭ୍ରମଣ ଇତିହାସରୁ ଜଣାପଡ଼ିଛି ଯେ ଏମ୍‌ପକ୍ସ ସଂକ୍ରମଣର ସମ୍ମୁଖୀନ ହୋଇଥିବା ଏକ ଦେଶରୁ ସେ ଫେରିଛନ୍ତି। ଚିହ୍ନଟ ହୋଇଥିବା ରୋଗୀଙ୍କୁ ଏକ ନିର୍ଦ୍ଦିଷ୍ଟ ଡାକ୍ତରଖାନାରେ ପୃଥକ ବ୍ୟବସ୍ଥାରେ ରଖାଯାଇଛି ଏବଂ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ରୋଗୀଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଛି ଏବଂ ନିର୍ଦ୍ଧାରିତ ପ୍ରୋଟୋକଲ୍ ଅନୁଯାୟୀ ମାମଲାର ସମୀକ୍ଷା କରାଯାଉଛି ଏବଂ ତଦନୁଯାୟୀ ପଦକ୍ଷେପ ଗ୍ରହଣ ହେବ ବୋଲି କୁହାଯାଇଛି। ସମ୍ଭାବ୍ୟ ଉତ୍ସକୁ ଚିହ୍ନଟ କରିବା ଏବଂ ଦେଶ ଭିତରେ ଏହାର ପ୍ରଭାବ ଆକଳନ କରିବା ପାଇଁ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି।

Tags: