ଦେଶରେ ପ୍ରଥମ, ଆସନ୍ତା ସପ୍ତାହରେ ସମାନ ନାଗରିକ ସଂହିତା କାର୍ଯ୍ୟକାରୀ କରିବ ଉତ୍ତରାଖଣ୍ଡ

ନୂଆଦିଲ୍ଲୀ : ଆସନ୍ତା ସପ୍ତାହରେ ଉତ୍ତରାଖଣ୍ଡରେ (ୟୁସିସି) ସମାନ ନାଗରିକ ସଂହିତା କାର୍ଯ୍ୟକାରୀ ହେବ। ଦେଶରେ ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡରେ ୟୁସିସି କାର୍ଯ୍ୟକାରୀ ହେବାକୁ ଯାଉଛି। ଅବସରପ୍ରାପ୍ତ ବିଚାରପତି ରଂଜନ ଦେସାଇଙ୍କ ନେତୃତ୍ବରେ ଗଠିତ ଏକ କମିଟି ଆସନ୍ତା କିଛି ଦିନ ମଧ୍ୟରେ ଏସଂକ୍ରାନ୍ତ ଏକ ରିପୋର୍ଟ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ନିକଟରେ ଦାଖଲ କରିବେ। ଦୀପାବଳି ପରେ ଉତ୍ତରାଖଣ୍ଡ ବିଧାନସଭା ଅଧୀବେଶନର ଏକ ସ୍ବତନ୍ତ୍ର ଅଧିବେଶନ ଡକାଯିବ। ଏହି ସ୍ବତନ୍ତ୍ର ଅଧିବେଶନରେ ସମାନ […]

Samaya Live Picture
Published On

ନୂଆଦିଲ୍ଲୀ : ଆସନ୍ତା ସପ୍ତାହରେ ଉତ୍ତରାଖଣ୍ଡରେ (ୟୁସିସି) ସମାନ ନାଗରିକ ସଂହିତା କାର୍ଯ୍ୟକାରୀ ହେବ। ଦେଶରେ ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡରେ ୟୁସିସି କାର୍ଯ୍ୟକାରୀ ହେବାକୁ ଯାଉଛି। ଅବସରପ୍ରାପ୍ତ ବିଚାରପତି ରଂଜନ ଦେସାଇଙ୍କ ନେତୃତ୍ବରେ ଗଠିତ ଏକ କମିଟି ଆସନ୍ତା କିଛି ଦିନ ମଧ୍ୟରେ ଏସଂକ୍ରାନ୍ତ ଏକ ରିପୋର୍ଟ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ନିକଟରେ ଦାଖଲ କରିବେ। ଦୀପାବଳି ପରେ ଉତ୍ତରାଖଣ୍ଡ ବିଧାନସଭା ଅଧୀବେଶନର ଏକ ସ୍ବତନ୍ତ୍ର ଅଧିବେଶନ ଡକାଯିବ। ଏହି ସ୍ବତନ୍ତ୍ର ଅଧିବେଶନରେ ସମାନ ନାଗରିକ ସଂହିତା ବିଲ୍ ଗୃହୀତ ହେବ। ଉଲ୍ଲେଖଯୋଗ୍ୟ ଯେ ଗତ ଚଳିତବର୍ଷ ଜୁନ୍ରେ ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ରଂଜନ ପ୍ରକାଶ ଦେସାଇ କହିଥିଲେ ଯେ ଉତ୍ତରାଖଣ୍ଡ ପାଇଁ ୟୁସିସି ଡ୍ରାଫ୍ଟିଂ ଶେଷ ହୋଇଛି ଏବଂ ଖୁବ୍ଶୀଘ୍ର ଏହା ସରକାରଙ୍କ ନିକଟରେ ଦାଖଲ ହେବ।

Tags: