ଦେଶରେ ଦୈନିକ ସଂକ୍ରମଣ ୨ ହଜାର ଟପିଲା

ନୂଆଦିଲ୍ଲୀ,୨୯/୩ : ୧୫୨ ଦିନ ପରେ ଦେଶରେ ଦୈନିକ ସଂକ୍ରମଣ ୨ ହଜାର ଟପିଯାଇଛି। ଦେଶରେ ୨,୧୫୧ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଶେଷ ଥର ପାଇଁ ଗତବର୍ଷ ଅକ୍ଟୋବର ୨୮ରେ ଦେଶରେ ଦୈନିକ ସଂକ୍ରମଣ ୨,୨୦୮ ଥିଲା। ଗତ ୨୪ ଘଣ୍ଟା‌‌ରେ ଦେଶରେ ୪ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ ୩ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବାବେଳେ କର୍ଣ୍ଣାଟକ‌ରେ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ କେରଳ ପୂର୍ବ ୩ଟି ମୃତ୍ୟୁକୁ କରୋନା ଜନିତ […]

Samaya Live Picture
Published On

ନୂଆଦିଲ୍ଲୀ,୨୯/୩ : ୧୫୨ ଦିନ ପରେ ଦେଶରେ ଦୈନିକ ସଂକ୍ରମଣ ୨ ହଜାର ଟପିଯାଇଛି। ଦେଶରେ ୨,୧୫୧ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଶେଷ ଥର ପାଇଁ ଗତବର୍ଷ ଅକ୍ଟୋବର ୨୮ରେ ଦେଶରେ ଦୈନିକ ସଂକ୍ରମଣ ୨,୨୦୮ ଥିଲା। ଗତ ୨୪ ଘଣ୍ଟା‌‌ରେ ଦେଶରେ ୪ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ ୩ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବାବେଳେ କର୍ଣ୍ଣାଟକ‌ରେ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ କେରଳ ପୂର୍ବ ୩ଟି ମୃତ୍ୟୁକୁ କରୋନା ଜନିତ ମୃତ୍ୟୁ ବୋଲି ସ୍ପଷ୍ଟ କରିଛି। ଏଥିସହ ଦେଶରେ ମୋଟ୍‌ କରୋନା ମୃତ୍ୟୁସଂଖ୍ୟା ୫,୩୦,୮୪୮ ପହଞ୍ଚିଛି। ଦେଶରେ ଦୈନିକ ପଜିଟିଭ ହାର ୧.୫୧ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ ହାର ୧.୫୩ ପ୍ରତିଶତ। ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୪,୪୭,୦୯,୦୭୬। ସକ୍ରିୟ ମାମଲା ମୋଟ୍‌ ସଂକ୍ରମଣ ମାମଲାର ୦.୦୩ ପ୍ରତିଶତ। ଅନ୍ୟପକ୍ଷେ ଦେଶରେ ଆରୋଗ୍ୟ ହାର ୦.୦୩ ପ୍ରତିଶତ।

Tags: