ଦେଶରେ ଦୈନିକ ସଂକ୍ରମଣ ୧୦ ହଜାର ଟପିଲା

ନୂଆଦିଲ୍ଲୀ, ୧୩/୪ : ଦେଶରେ ଦୈନିକ ସଂକ୍ରମଣ ୧୦ ହଜାର ଟପିଯାଇଛି। ଗତ ୨୪ ଘଣ୍ଟାରେ ଦେଶରେ ୧୦,୧୫୮ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ୮ ମାସରେ ଏହା ସର୍ବାଧିକ। ଦେଶରେ ପଜିଟିଭ ହାର ୪.୪୨ ପ୍ରତିଶତରେ ପହଞ୍ଚିଛି। ସକ୍ରିୟ ମାମଲା ୪୪,୯୯୮କୁ ବୃଦ୍ଧି ପାଇଛି। ବିଶେଷଜ୍ଞମାନେ କହୁଛନ୍ତି, ପରବର୍ତ୍ତୀ ୧୦-୧୨ ଦିନ ପର୍ଯ୍ୟନ୍ତ ସଂକ୍ରମଣ ବଢ଼ିବ। କିନ୍ତୁ ଏହାପରେ ସଂକ୍ରମଣ କମିବ। ସଂକ୍ରମଣ ବଢ଼ୁଥିଲେ ସୁଦ୍ଧା ହସ୍ପିଟାଲ ଆଡମିସନ ସଂଖ୍ୟା ବଢ଼ିନାହିଁ। ଓମିକ୍ରନ ଉପପ୍ରଜାତି […]

Samaya Live Picture
Published On

ନୂଆଦିଲ୍ଲୀ, ୧୩/୪ : ଦେଶରେ ଦୈନିକ ସଂକ୍ରମଣ ୧୦ ହଜାର ଟପିଯାଇଛି। ଗତ ୨୪ ଘଣ୍ଟାରେ ଦେଶରେ ୧୦,୧୫୮ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ୮ ମାସରେ ଏହା ସର୍ବାଧିକ। ଦେଶରେ ପଜିଟିଭ ହାର ୪.୪୨ ପ୍ରତିଶତରେ ପହଞ୍ଚିଛି। ସକ୍ରିୟ ମାମଲା ୪୪,୯୯୮କୁ ବୃଦ୍ଧି ପାଇଛି। ବିଶେଷଜ୍ଞମାନେ କହୁଛନ୍ତି, ପରବର୍ତ୍ତୀ ୧୦-୧୨ ଦିନ ପର୍ଯ୍ୟନ୍ତ ସଂକ୍ରମଣ ବଢ଼ିବ। କିନ୍ତୁ ଏହାପରେ ସଂକ୍ରମଣ କମିବ। ସଂକ୍ରମଣ ବଢ଼ୁଥିଲେ ସୁଦ୍ଧା ହସ୍ପିଟାଲ ଆଡମିସନ ସଂଖ୍ୟା ବଢ଼ିନାହିଁ। ଓମିକ୍ରନ ଉପପ୍ରଜାତି ଏକ୍ସବିବି.୧.୧୬ ଯୋଗୁଁ ଏବେ ଦେଶରେ ସଂକ୍ରମଣ ବଢ଼ୁଛି। ଏକ୍ସବିବି.୧.୧୬ ମାମଲା ଫେବ୍ରୁଆରିରେ ୨୧.୬ ପ୍ରତିଶତ ଥିବାବେଳେ ମାର୍ଚ୍ଚରେ ଏହା ୩୫.୮ ପ୍ରତିଶତକୁ ବୃଦ୍ଧି ପାଇଛି।

Tags: