ଦେଶରେ ଗୋଟିଏ ଦିନରେ ୪୯,୯୩୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ଏବଂ ୭୦୮ ମୃତ

ଦିଲ୍ଲୀ: ଜୁଲାଇ ୨୭: ଦେଶରେ ଗୋଟିଏ ଦିନରେ ସର୍ବାଧିକ ୪୯ ହଜାର ୯୩୧ ଜଣ କରୋନା ନୂଆ ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଏହାକୁ ମିଶାଇ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪,୩୫,୪୫୩ କୁ ବୃଦ୍ଧି ପାଇଛି I ସେହିପରି, କରୋନା ଭାଇରସ ଯୋଗୁଁ ୨୪ ଘଂଟାରେ ୭୦୮ ଜଣଙ୍କର ମୃତ୍ୟୁ ହେଇଛି ଏବଂ ଦେଶରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୨,୭୭୧ କୁ ବୃଦ୍ଧି ପାଇଛି I ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ଡାଟା ଅନୁସାରେ, ଏ […]

Samaya Live Picture
Published On

ଦିଲ୍ଲୀ: ଜୁଲାଇ ୨୭: ଦେଶରେ ଗୋଟିଏ ଦିନରେ ସର୍ବାଧିକ ୪୯ ହଜାର ୯୩୧ ଜଣ କରୋନା ନୂଆ ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଏହାକୁ ମିଶାଇ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪,୩୫,୪୫୩ କୁ ବୃଦ୍ଧି ପାଇଛି I
ସେହିପରି, କରୋନା ଭାଇରସ ଯୋଗୁଁ ୨୪ ଘଂଟାରେ ୭୦୮ ଜଣଙ୍କର ମୃତ୍ୟୁ ହେଇଛି ଏବଂ ଦେଶରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୨,୭୭୧ କୁ ବୃଦ୍ଧି ପାଇଛି I
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ଡାଟା ଅନୁସାରେ, ଏ ପର୍ଯ୍ୟନ୍ତ ମୋଟ ୯,୧୭,୫୬୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇସାରିଛନ୍ତି I ୨୪ ଘଂଟାରେ ୩୦ ହଜାର ରୁ ଉର୍ଦ୍ଧ୍ଵ କରୋନା ରୋଗୀ ସୁସ୍ଥ ହେଇଛନ୍ତି I ସୁସ୍ଥ ହେଇଥିବା ରୋଗୀ ଙ୍କ ହାର ଶତକଡା ୬୩.୯୨ ରେ ପହଂଚିଛି I
ବର୍ତ୍ତମାନ, ୪,୮୫,୧୧୪ ଜଣ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି I
ରାଜ୍ୟମାନଙ୍କ ମଧ୍ୟରେ, ମହାରାଷ୍ଟ୍ର ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୭୫,୭୯୯ କୁ ବୃଦ୍ଧି ପାଇଥିବା ବେଳେ, ତାମିଲନାଡୁ ରେ ୨,୧୩,୭୨୩, ଦିଲ୍ଲୀ ରେ ୧,୩୦,୬୦୬, କର୍ଣ୍ଣାଟକ ରେ ୯୬,୧୪୧, ଆନ୍ଧ୍ର ପ୍ରଦେଶ ରେ ୯୬,୨୯୮, ଉତ୍ତର ପ୍ରଦେଶ ରେ ୬୬,୯୮୮, ପଶ୍ଚିମ ବଙ୍ଗ ରେ ୫୮,୭୧୮, ଗୁଜରାଟ ରେ ୫୫,୮୨୨ ଏବଂ ତେଲେଙ୍ଗାନା ରେ ୫୪,୦୫୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇସାରିଛନ୍ତି I