ଦେଶରେ ଗୋଟିଏ ଦିନରେ ୪୮,୬୬୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ଏବଂ ୭୦୫ ମୃତ

ଭୁବନେଶ୍ୱର : ଜୁଲାଇ ୨୬:ଦେଶରେ ୨୪ ଘଂଟାରେ ୪୮,୬୬୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ, ୭୦୫ ଜଣଙ୍କର ମୃତ୍ୟୁ ହେଇଛି I ଏହାକୁ ମିଶାଇ, ଭାରତରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୮୫,୫୨୨ କୁ ବୃଦ୍ଧି ପାଇଛି ଏବଂ ମୋଟ ମୃତ୍ୟୁ ସଂଖ୍ୟା ୩୨,୦୬୩ ରେ ପହଂଚିଛି I ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ସୂଚନା ଅନୁସାରେ, ଏ ପର୍ଯ୍ୟନ୍ତ ୮,୮୫,୫୭୬ ଜଣ କରୋନା ରୋଗୀ ସୁସ୍ଥ ହେଇସାରିଲେଣି I କେବଳ ଗତ ୨୪ […]

Samaya Live Picture
Published On

ଭୁବନେଶ୍ୱର : ଜୁଲାଇ ୨୬:ଦେଶରେ ୨୪ ଘଂଟାରେ ୪୮,୬୬୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ, ୭୦୫ ଜଣଙ୍କର ମୃତ୍ୟୁ ହେଇଛି I ଏହାକୁ ମିଶାଇ, ଭାରତରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୮୫,୫୨୨ କୁ ବୃଦ୍ଧି ପାଇଛି ଏବଂ ମୋଟ ମୃତ୍ୟୁ ସଂଖ୍ୟା ୩୨,୦୬୩ ରେ ପହଂଚିଛି I
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ସୂଚନା ଅନୁସାରେ, ଏ ପର୍ଯ୍ୟନ୍ତ ୮,୮୫,୫୭୬ ଜଣ କରୋନା ରୋଗୀ ସୁସ୍ଥ ହେଇସାରିଲେଣି I କେବଳ ଗତ ୨୪ ଘଂଟାରେ ସୁସ୍ଥ ହେଇଛନ୍ତି ୩୬,୧୪୫ ଜଣ I ଫଳରେ, ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ହାର ଶତକଡା ୬୩.୯୨ କୁ ବୃଦ୍ଧି ପାଇଛି I
ଏବେ, ୪,୬୭,୮୮୨ ଜଣ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି I
ICMR ର ସୂଚନା ଅନୁସାରେ, ଜୁଲାଇ ୨୫ ତାରିଖରେ ୪ ଲକ୍ଷ ୪୨ ହଜାର ୨୬୩ ଟି ସାମ୍ପଲ ପରୀକ୍ଷା କରାଯାଇଛି I

ରାଜ୍ୟ ମାନଙ୍କ ମଧ୍ୟରେ, ମହାରାଷ୍ଟ୍ର ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୩,୬୬,୩୬୮ ରେ ପହଂଚିଛି I ତାମିଲନାଡୁ ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଲକ୍ଷ ରୁ ଉର୍ଦ୍ଧ୍ଵ ରେ ପହଂଚିଛି I ଏବେ, ଏହି ସଂଖ୍ୟା ୨,୦୬,୭୩୭ କୁ ବୃଦ୍ଧି ପାଇଛି I ସେହିପରି, କର୍ଣ୍ଣାଟକ ରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦, ୯୪୨ ରେ ପହଁଚିଥିବା ବେଳେ, ଆନ୍ଧ୍ର ପ୍ରଦେଶ ରେ ୮୮,୬୭୧, ଉତ୍ତର ପ୍ରଦେଶ ରେ ୬୩,୭୪୨, ପଶ୍ଚିମ ବଙ୍ଗଳା ରେ ୫୬ ୩୭୭, ଗୁଜରାଟ ରେ ୫୪ ୬୨୬ ଏବଂ ତେଲେଙ୍ଗାନା ରେ ୫୨୪୬୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I
ଦିଲ୍ଲୀ ରେ ଏ ପର୍ଯ୍ୟନ୍ତ ୧,୨୯,୫୩୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I