ଦେଶବାସୀଙ୍କୁ ଇଦ-ଉଲ-ଫିତର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି

ନୂଆଦିଲ୍ଲୀ, ୨୨/୪ : ଦେଶବ୍ୟାପୀ ଆଜି ଇଦ-ଉଲ-ଫିତର ଉତ୍ସବ ପାଳନ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଇଦ୍ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦେଶର ସବୁଠୁ ବଡ଼ ମସଜିଦ ତଥା ଦିଲ୍ଲୀର ଜାମା ମସଜିଦରେ ଆଜି ଶତାଧିକ ଶ୍ରଦ୍ଧାଳୁ ରୁଣ୍ଡ ହୋଇ ଇଦ-ଉଲ-ଫିତର ଅବସରରେ ନମାଜ ପାଠ କରିଛନ୍ତି। ନମାଜ ପାଠ କରିବାପରେ ଲୋକମାନେ ପରସ୍ପରକୁ ଆଲିଙ୍ଗନ କରି ଶୁଭେଚ୍ଛା ଜଣାଉଥିବାର ଫଟୋ ସୋସିଆଲ ମିଡିଆରେ ପ୍ରସାରିତ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ […]

Samaya Live Picture
Published On

ନୂଆଦିଲ୍ଲୀ, ୨୨/୪ : ଦେଶବ୍ୟାପୀ ଆଜି ଇଦ-ଉଲ-ଫିତର ଉତ୍ସବ ପାଳନ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଇଦ୍ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦେଶର ସବୁଠୁ ବଡ଼ ମସଜିଦ ତଥା ଦିଲ୍ଲୀର ଜାମା ମସଜିଦରେ ଆଜି ଶତାଧିକ ଶ୍ରଦ୍ଧାଳୁ ରୁଣ୍ଡ ହୋଇ ଇଦ-ଉଲ-ଫିତର ଅବସରରେ ନମାଜ ପାଠ କରିଛନ୍ତି। ନମାଜ ପାଠ କରିବାପରେ ଲୋକମାନେ ପରସ୍ପରକୁ ଆଲିଙ୍ଗନ କରି ଶୁଭେଚ୍ଛା ଜଣାଉଥିବାର ଫଟୋ ସୋସିଆଲ ମିଡିଆରେ ପ୍ରସାରିତ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ ଆଜି ଏକ ଟ୍ବିଟ୍ କରି କହିଛନ୍ତି, ଇଦ-ଉଲ-ଫିତର ଅବସରରେ ଶୁଭେଚ୍ଛା। ଆମ ସମାଜରେ ସୌହାର୍ଦ୍ଦ୍ୟ ଏବଂ କରୁଣା ଭାବନା ବୃଦ୍ଧି ହେଉ। ମୁଁ ମଧ୍ୟ ସସସ୍ତଙ୍କର ଚମତ୍କାର ସ୍ବାସ୍ଥ୍ୟ ଏବଂ ମଙ୍ଗଳ କାମନା କରୁଛି। ଇଦ ମୁବାରକ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଇଦ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁର୍ମୁ ଏକ ଟ୍ବିଟ୍ କରି ଲେଖିଛନ୍ତି, ଇଦ ଉଲ ଫିତର ଅବସରରେ ଦେଶବାସୀଙ୍କୁ ଏବଂ ବିଶେଷ କରି ମୁସଲିମ ଭାଇ ଏବଂ ଭଉଣୀମାନଙ୍କୁ ମୋର ଶୁଭେଚ୍ଛା। ପ୍ରେମ ଏବଂ କରୁଣାର ଉତ୍ସବ ହେଉଛି ଇଦ। ଏହା ଆମକୁ ଅନ୍ୟକୁ ସାହାଯ୍ୟ କରିବାପାଇଁ ବାର୍ତ୍ତା ଦେଇଥାଏ। ଉତ୍ସବର ଏହି ଶୁଭ ଅବସରରେ ଆସନ୍ତୁ ସମସ୍ତେ ସମାଜରେ ଭାଇଚାରାକୁ ପ୍ରୋତ୍ସାହିତ କରିବା।

Tags: