ଦୁଷ୍କର୍ମ ଓ ପୋକ୍ସୋ ମାମଲାରେ ବିଚାରାଧୀନ ୪ କଏଦୀ ଫେରାର
ରାୟପୁର: ଦୁଷ୍କର୍ମ ଓ ପୋକ୍ସୋ ଆକ୍ଟ ମାମଲାରେ ବିଚାରଣର ସମ୍ମୁଖୀନ ହୋଇଥିବା ୪ ଜଣ କଏଦୀ ଶନିବାର ଛତିଶଗଡ଼ର କୋରବା ସ୍ଥିତ ଏକ ଜେଲ୍ରୁ ଫେରାର ହୋଇଯାଇଛନ୍ତି। ଅପରାହ୍ନ ୩ଟାରୁ ୪ଟା ମଧ୍ୟରେ ୪ ଜଣ କଏଦୀ ଗୋଶାଳା ଦେଇ ଜେଲ୍ରୁ ଫେରାର ହୋଇଥିବା ଜଣାପଡ଼ିଥିଲା। ସେମାନେ ଦଉଡ଼ି ସାହାଯ୍ୟରେ ଜେଲ୍ ଭିତରେ ଥିବା ଗୋଶାଳା କାନ୍ଥରେ ଚଢ଼ି ଫେରାର ହୋଇଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଫେରାର କଏଦୀମାନେ ହେଲେ ଦଶରଥ ସିଦାର (୧୯), ଚନ୍ଦ୍ରଶେଖର ରଥିଆ […]
ରାୟପୁର: ଦୁଷ୍କର୍ମ ଓ ପୋକ୍ସୋ ଆକ୍ଟ ମାମଲାରେ ବିଚାରଣର ସମ୍ମୁଖୀନ ହୋଇଥିବା ୪ ଜଣ କଏଦୀ ଶନିବାର ଛତିଶଗଡ଼ର କୋରବା ସ୍ଥିତ ଏକ ଜେଲ୍ରୁ ଫେରାର ହୋଇଯାଇଛନ୍ତି। ଅପରାହ୍ନ ୩ଟାରୁ ୪ଟା ମଧ୍ୟରେ ୪ ଜଣ କଏଦୀ ଗୋଶାଳା ଦେଇ ଜେଲ୍ରୁ ଫେରାର ହୋଇଥିବା ଜଣାପଡ଼ିଥିଲା। ସେମାନେ ଦଉଡ଼ି ସାହାଯ୍ୟରେ ଜେଲ୍ ଭିତରେ ଥିବା ଗୋଶାଳା କାନ୍ଥରେ ଚଢ଼ି ଫେରାର ହୋଇଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଫେରାର କଏଦୀମାନେ ହେଲେ ଦଶରଥ ସିଦାର (୧୯), ଚନ୍ଦ୍ରଶେଖର ରଥିଆ (୨୦), ରାଜ କନୱର (୨୨) ଓ ସରନା ସିଙ୍କୁ (୨୬)। ଅଭଯୁକ୍ତ ରଥିଆ ରାୟଗଡ଼ର ହୋଇଥିବା ବେଳେ ଅନ୍ୟ ୩ ଜଣ କୋରବାର ବୋଲି ଜଣାପଡ଼ିଛି। ପୋଲିସ ଏହି ଘଟଣାର ସିସିଟିଭି ଫୁଟେଜ ହାସଲ କରିଛି. ଯେଉଁଥିରେ ୪ ଜଣ କଏଦୀ ଜେଲର ୨୫ ଫୁଟ କାନ୍ଥ ଚଢ଼ୁଥିବା ଦେଖିବାକୁ ମିଳିଛି । ୪ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ କରୁଥିବା ବେଳେ ୬ଟି ସ୍ବତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛନ୍ତି। ଜେଲ୍ର କଡ଼ା ସୁରକ୍ଷା ଭିତରୁ ୪ ଜଣ କେମିତି ଖସି ପଳାଇବାକୁ ସକ୍ଷମ ହେଲେ ସେ ନେଇ ତଦନ୍ତ ଆରମ୍ଭ ହୋଇଛି ।




