ଦୁଶ୍ୟନ୍ତ ଚୌତାଲାଙ୍କ ଦଳରେ ଫାଟ, ଜେଜେପିର ୪ ବିଧାୟକ ଖଟ୍ଟରଙ୍କୁ ଭେଟିଲେ
ଚଣ୍ଡିଗଡ଼: ହରିୟାଣାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବିଜେପିର ପୂର୍ବତନ ସହଯୋଗୀ ଦୁଶ୍ୟନ୍ତ ଚୌତାଲା ବିଜେପି ନେତୃତ୍ବାଧୀନ ନାଏବ ସିଂହ ସୈନି ସରକାରକୁ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ଦାବି କରିଥିବାବେଳେ ତାଙ୍କ ଦଳରେ ଏହାକୁ ନେଇ ଆଭ୍ୟନ୍ତରୀଣ ବିବାଦ ଚରମରେ ପହଞ୍ଚିଲାଣି। ରାଜ୍ୟରେ ବିଜେପି ସରକାର ଭାଙ୍ଗିବାପାଇଁ ତାଙ୍କ ଦଳ ଅନ୍ୟ ଯେକୌଣସି ଦଳକୁ ସମର୍ଥନ କରିବାପାଇଁ ପ୍ରସ୍ତୁତ ଅଛି ବୋଲି ଦୁଶ୍ୟନ୍ତ ଘୋଷଣା କରିବାପରେ କେତେକ ବିଧାୟକ ଦଳର ଏଭଳି ଆଭିମୁଖ୍ୟକୁ ବିରୋଧ କରିଛନ୍ତି। ଆଜି ଅପରାହ୍ନରେ […]
ଚଣ୍ଡିଗଡ଼: ହରିୟାଣାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବିଜେପିର ପୂର୍ବତନ ସହଯୋଗୀ ଦୁଶ୍ୟନ୍ତ ଚୌତାଲା ବିଜେପି ନେତୃତ୍ବାଧୀନ ନାଏବ ସିଂହ ସୈନି ସରକାରକୁ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ଦାବି କରିଥିବାବେଳେ ତାଙ୍କ ଦଳରେ ଏହାକୁ ନେଇ ଆଭ୍ୟନ୍ତରୀଣ ବିବାଦ ଚରମରେ ପହଞ୍ଚିଲାଣି। ରାଜ୍ୟରେ ବିଜେପି ସରକାର ଭାଙ୍ଗିବାପାଇଁ ତାଙ୍କ ଦଳ ଅନ୍ୟ ଯେକୌଣସି ଦଳକୁ ସମର୍ଥନ କରିବାପାଇଁ ପ୍ରସ୍ତୁତ ଅଛି ବୋଲି ଦୁଶ୍ୟନ୍ତ ଘୋଷଣା କରିବାପରେ କେତେକ ବିଧାୟକ ଦଳର ଏଭଳି ଆଭିମୁଖ୍ୟକୁ ବିରୋଧ କରିଛନ୍ତି। ଆଜି ଅପରାହ୍ନରେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର ଏବଂ ରାଜ୍ୟ ମନ୍ତ୍ରୀ ମହିପାଲଙ୍କୁ ଜେଜେପିର ୪ ଜଣ ବିଧାୟକ ଭେଟିବା ସହ ରୁଦ୍ଧଦ୍ବାର ବୈଠକ କରିଛନ୍ତି। ମହିପାଲଙ୍କ ବାସଭବନରେ ଏହି ବୈଠକ ହୋଇଥିଲା । ପାଖାପାଖି ଅଧଘଣ୍ଟା ପର୍ଯ୍ୟନ୍ତ ଏହି ବୈଠକ ଚାଲିଥିବାବେଳେ ବୈଠକରେ ଜେଜେପିର ୪ ଜଣ ବିଧାୟକ ଉପସ୍ଥିତ ଥିବା ସ୍ପଷ୍ଟ ହୋଇଥିଲା। ରାଜ୍ୟରେ ଜାରି ରହିଥିବା ରାଜନୈତିକ ସଙ୍କଟ ସଂକ୍ରାନ୍ତରେ ଏହି ବୈଠକରେ ଆଲୋଚନା ହୋଇଥିବା ଜଣାପଡ଼ିଛି।




