ଦୁର୍ନୀତି ମାମଲାରେ ଦିଲ୍ଲୀର ୬ ପରିବହନ ଅଧିକାରୀଙ୍କୁ ଗିରଫ କଲା ସିବିଆଇ
ନୂଆଦିଲ୍ଲୀ : ଦିଲ୍ଲୀରେ ଆପ୍ ଶାସନର ଅନ୍ତ ଘଟିବାପରେ ଏବେ ବିଭିନ୍ନ ବିଭାଗ ଗୁଡ଼ିକରେ ତନାଘନା ଆରମ୍ଭ ହୋଇଯାଇଛି। ବିଜେପି ସରକାର ଗଠନ କରିବାପରେ ଆହୁରି ଖୋଳତାଡ଼ ଆରମ୍ଭ କରିବ। ତେବେ ନିର୍ବାଚନ ପରେ ପ୍ରଥମ ଥର ପାଇଁ ଦିଲ୍ଲୀର ସରକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି। ଦୁର୍ନୀତି ଏବଂ ଲାଞ୍ଚ ମାମଲାରେ ଆଜି ସିବିଆଇ ଦିଲ୍ଲୀ ପରିବହନ ବିଭାଗର ୬ ଅଧିକାରୀଙ୍କୁ ଗିରଫ କରିଛି। ପରିବହନ ବିଭାଗରେ ବଡ଼ ଧରଣର ଦୁର୍ନୀତି ହୋଇଥିବା ଅଭିଯୋଗ […]
ନୂଆଦିଲ୍ଲୀ : ଦିଲ୍ଲୀରେ ଆପ୍ ଶାସନର ଅନ୍ତ ଘଟିବାପରେ ଏବେ ବିଭିନ୍ନ ବିଭାଗ ଗୁଡ଼ିକରେ ତନାଘନା ଆରମ୍ଭ ହୋଇଯାଇଛି। ବିଜେପି ସରକାର ଗଠନ କରିବାପରେ ଆହୁରି ଖୋଳତାଡ଼ ଆରମ୍ଭ କରିବ। ତେବେ ନିର୍ବାଚନ ପରେ ପ୍ରଥମ ଥର ପାଇଁ ଦିଲ୍ଲୀର ସରକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି। ଦୁର୍ନୀତି ଏବଂ ଲାଞ୍ଚ ମାମଲାରେ ଆଜି ସିବିଆଇ ଦିଲ୍ଲୀ ପରିବହନ ବିଭାଗର ୬ ଅଧିକାରୀଙ୍କୁ ଗିରଫ କରିଛି। ପରିବହନ ବିଭାଗରେ ବଡ଼ ଧରଣର ଦୁର୍ନୀତି ହୋଇଥିବା ଅଭିଯୋଗ ହେବାପରେ ସିବିଆଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବିଭିନ୍ନ ସ୍ତରରେ ଦୁର୍ନୀତି ହୋଇଥିବା ଜଣାପଡ଼ିବା ପରେ ସିବିଆଇ ପରିବହନ ବିଭାଗର ୬ ଅଧିକାରୀଙ୍କୁ ଗିରଫ କରିଛି। ସେମାନଙ୍କ ବିରୋଧରେ ସିବିଆଇ ଅଧିକ ତଦନ୍ତ ଜାରି ରଖିଛି।




