ଦୁର୍ନୀତି ମାମଲାରେ ଚନ୍ଦ୍ରବାବୁ ନାଇଡୁ ଗିରଫ
ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଟିଡିପି (ତେଲୁଗୁ ଦେଶମ ପାର୍ଟି) ମୁଖ୍ୟ ଏନ୍ ଚନ୍ଦ୍ରବାବୁ ନାଇଡୁ ଆଜି ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି। ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ନାଇଡୁଙ୍କୁ ସିଆଇଡି (ଅପରାଧିକ ତଦନ୍ତକାରୀ ବିଭାଗ) ଗିରଫ କରିଛି। ଟିଡିପି ବିଧାୟକ ଏବଂ ପୂର୍ବତନ ମନ୍ତ୍ରୀ ଗନ୍ତା ଶ୍ରୀନିବାସ ରାଓ ଏବଂ ତାଙ୍କ ପୁଅ ଗନ୍ତା ରବିତେଜା ମଧ୍ୟ ଏହି ମାମଲାରେ ଗିରଫ ହୋଇଛନ୍ତି। ଗିରଫ ହେବାପରେ ନାଇଡୁ କହିଛନ୍ତି, ମୁଁ କିଛି ଭୁଲ୍ […]
ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଟିଡିପି (ତେଲୁଗୁ ଦେଶମ ପାର୍ଟି) ମୁଖ୍ୟ ଏନ୍ ଚନ୍ଦ୍ରବାବୁ ନାଇଡୁ ଆଜି ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି। ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ନାଇଡୁଙ୍କୁ ସିଆଇଡି (ଅପରାଧିକ ତଦନ୍ତକାରୀ ବିଭାଗ) ଗିରଫ କରିଛି। ଟିଡିପି ବିଧାୟକ ଏବଂ ପୂର୍ବତନ ମନ୍ତ୍ରୀ ଗନ୍ତା ଶ୍ରୀନିବାସ ରାଓ ଏବଂ ତାଙ୍କ ପୁଅ ଗନ୍ତା ରବିତେଜା ମଧ୍ୟ ଏହି ମାମଲାରେ ଗିରଫ ହୋଇଛନ୍ତି। ଗିରଫ ହେବାପରେ ନାଇଡୁ କହିଛନ୍ତି, ମୁଁ କିଛି ଭୁଲ୍ କରିନି। କିନ୍ତୁ ଅଧିକାରୀମାନେ ବିଳମ୍ବିତ ରାତିରେ ଆସିଲେ ଏବଂ ବିନା କୌଣସି ପ୍ରମାଣରେ ସେମାନେ ମତେ ଗିରଫ କଲେ। ନାଇଡୁ କହିଛନ୍ତି, ୪୫ ବର୍ଷ ଧରି ମୁଁ ନିସ୍ବାର୍ଥପର ଭାବେ ତେଲୁଗୁ ଲୋକଙ୍କର ସେବା କରି ଆସୁଛି। ତେଲୁଗୁ ଲୋକଙ୍କ ସ୍ବାର୍ଥ ରକ୍ଷା ପାଇଁ ମୁଁ ମୋ ଜୀବନ ଦେବାକୁ ବି ପ୍ରସ୍ତୁତ ଅଛି। ପୃଥିବୀରେ କୌଣସି ଶକ୍ତି ବି ମତେ ତେଲୁଗୁ ଲୋକଙ୍କର ସେବା କରିବାରୁ ବଞ୍ଚିତ କରିପାରିବନି ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଆନ୍ଧ୍ରପ୍ରଦେଶ ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ନାଇଡ଼ୁ ହେଉଛନ୍ତି ଅଭିଯୁକ୍ତ ନମ୍ବର ୧। ଏନେଇ ନାଇଡୁଙ୍କ ବିରୋଧରେ ୨୦୨୧ରେ ଏକ ଏତଲା ରୁଜୁ ହୋଇଥିଲା। ୩୭୧ କୋଟି ଟଙ୍କାର ଦୁର୍ନୀତି ମାମଲାର ସେ ମାଷ୍ଟରମାଇଣ୍ଡ୍। ରାଜ୍ୟରେ ବେକାରୀ ଯୁବକଙ୍କୁ ତାଲିମ ଦେବା ନାଁରେ ସେ ଏପିଏସଏସଡିସି (ଆନ୍ଧ୍ରପ୍ରଦେଶ ରାଜ୍ୟ ଦକ୍ଷତା ବିକାଶ ନିଗମ) ଅଧୀନରେ ଏହି ଦୁର୍ନୀତି କରିଥିଲେ। ନାଇଡ଼ୁଙ୍କୁ ଖୁବ୍ଶୀଘ୍ର କୋର୍ଟରେ ହାଜର କରାଯିବ। ମିଳିଥିବା ସୂଚନାନୁଯାୟୀ ନାଇଡୁଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ଅନୁଯାୟୀ ତାଙ୍କୁ ଜାମିନ ମିଳିପାରିବନି। ଉଲ୍ଲେଖଯୋଗ୍ୟ ଯେ ନିକଟରେ ନାଇଡୁ କହିଥିଲେ ତାଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ।




