ଦୁର୍ନୀତି ପ୍ରସଙ୍ଗରେ ଆପ୍ ଦଳର ନୀତି ପାଇଁ ଦିଲ୍ଲୀ ମନ୍ତ୍ରୀ ରାଜ କୁମାର ଆନନ୍ଦ ଦଳ ଛାଡ଼ିଦେଲେ

ନୂଆଦିଲ୍ଲୀ : ଦିଲ୍ଲୀ ମନ୍ତ୍ରୀ ରାଜ କୁମାର ଆନନ୍ଦ ଆଜି ଆପ୍ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି। ଦୁର୍ନୀତି ପ୍ରସଙ୍ଗରେ ଆପ୍ ଦଳର ନୀତି ଉପରେ ଅସନ୍ତୋଷ ପ୍ରକାଶ କରି ରାଜ କୁମାର ଆନନ୍ଦ ଆଜି ଦଳର ପ୍ରାଥମିକ ସଦସ୍ୟତା ପଦ ସହ ଦଳରୁ ବି ଇସ୍ତଫା ଦେଇଛନ୍ତି। ମଦ ଦୁର୍ନୀତି ମାମଲାକୁ ସ୍ପଷ୍ଟ ଭାବେ ଇଙ୍ଗିତ କରି ରାଜ କୁମାର ଆଜି ଏହି ଟିପ୍ପଣୀ ଦେଇଛନ୍ତି। ରାଜ କୁମାର ଆନନ୍ଦ ହେଉଛନ୍ତି ପଟେଲ […]

Samaya Live Picture
Published On

ନୂଆଦିଲ୍ଲୀ : ଦିଲ୍ଲୀ ମନ୍ତ୍ରୀ ରାଜ କୁମାର ଆନନ୍ଦ ଆଜି ଆପ୍ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି। ଦୁର୍ନୀତି ପ୍ରସଙ୍ଗରେ ଆପ୍ ଦଳର ନୀତି ଉପରେ ଅସନ୍ତୋଷ ପ୍ରକାଶ କରି ରାଜ କୁମାର ଆନନ୍ଦ ଆଜି ଦଳର ପ୍ରାଥମିକ ସଦସ୍ୟତା ପଦ ସହ ଦଳରୁ ବି ଇସ୍ତଫା ଦେଇଛନ୍ତି। ମଦ ଦୁର୍ନୀତି ମାମଲାକୁ ସ୍ପଷ୍ଟ ଭାବେ ଇଙ୍ଗିତ କରି ରାଜ କୁମାର ଆଜି ଏହି ଟିପ୍ପଣୀ ଦେଇଛନ୍ତି। ରାଜ କୁମାର ଆନନ୍ଦ ହେଉଛନ୍ତି ପଟେଲ ନଗର ଅଞ୍ଚଳର ଜଣେ ବିଧାୟକ ଏବଂ ସାମାଜିକ କଲ୍ୟାଣ ଓ ଏସସି/ଏସଟି ମନ୍ତ୍ରୀ। ରାଜ କୁମାର ଆନନ୍ଦ ତାଙ୍କ ପଦବୀରୁ ଇସ୍ତଫା ଦେବାପରେ କହିଛନ୍ତି, ଦୁର୍ନୀତି ସହ ସେ ତାଙ୍କ ନାଁ ଯୋଡ଼ିବାକୁ ଚାହିନଥିବାରୁ ଆପ୍ ଦଳ ଛାଡ଼ି ଦେଇଛନ୍ତି। ଆପ୍ ଦଳ ଦିନେ ଦୁର୍ନୀତି ବିରୋଧରେ ଲଢ଼ିବାପାଇଁ ଜନ୍ମ ନେଇଥିଲା କିନ୍ତୁ ଆଜି ଦଳ ଦୁର୍ନୀତିରେ ଫସି ଯାଇଛି। ରାଜ କୁମାର କହିଛନ୍ତି, ଜନ୍ତର ମନ୍ତରରୁ ଅରବିନ୍ଦ କେଜ୍ରିୱାଲ କହିଥିଲେ, ରାଜନୀତି ପରିବର୍ତ୍ତନ ହେଲେ ଦେଶ ପରିବର୍ତ୍ତନ ହେବ। କିନ୍ତୁ ରାଜନୀତି ବଦଳିନି ବରଂ ରାଜନେତା ବଦଳିଯାଇଛନ୍ତି। ଆନନ୍ଦ ମଧ୍ୟ ପୁଣିଥରେ ଅଭିଯୋଗ କରିଛନ୍ତି ଯେ ଦଳିତମାନଙ୍କ ପାଇଁ ଦଳରେ ପର୍ଯ୍ୟାପ୍ତ ପ୍ରତିନିଧିତ୍ବ ନାହିଁ। ଆପ୍ ଦଳର ଦଳିତ ବିଧାୟକ, ମନ୍ତ୍ରୀ ଏବଂ କାଉନସିଲରଙ୍କୁ କୌଣସି ସମ୍ମାନ ମିଳୁନାହିଁ ବୋଲି ସେ ଦାବି କରିଛନ୍ତି। ଉଲ୍ଳେଖଯୋଗ୍ୟ ଯେ ଏକ ମନି ଲଣ୍ଡରିଂ ମାମଲାରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଗତ ବର୍ଷ ରାଜ୍ ଆନନ୍ଦଙ୍କ ଘରେ ଚଢ଼ଉ କରିଥିଲା।

Tags: